ବୈଜ୍ଞାନିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ଗବେଷଣା କରନ୍ତି। ତେବେ ବୈଜ୍ଞାନିକମାନେ ମାନବ ଶରୀରର ମୂତ୍ରକୁ ନେଇ ଏକ ଗବେଶଣା କରିଥିଲେ । ଯେଉଁଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି ।
ଷ୍ଟଡିରେ ମିଳିଥିବା ସୂଚନା ଅନୁଯାୟୀ, ବୈଜ୍ଞାନିକମାନେ ମାନବ ୟୁରିନରେ ଏକ ପ୍ରମୁଖ ମେମ୍ବରେନ୍ ପ୍ରୋଟିନକୁ ଚିହ୍ନଟ କରିବା ପାଇଁ ନୂଆ ଉପକରଣର ବ୍ୟବହାର କରିଛନ୍ତି। ଯାହାଦ୍ୱାରା କୌଣସି ରୋଗୀ କିମ୍ବା ବ୍ୟକ୍ତିକୁ ବ୍ରେନ ଟ୍ୟୁମର ରୋଗ ଅଛି କି ନାହିଁ ତାହା ଜଣାପଡିବ । ତେବେ ମେମ୍ବରେନ୍ ପ୍ରୋଟିନ୍ ଏପରି ଏକ ପ୍ରୋଟିନ୍ ଯାହା ବାୟୋମେମ୍ବରେନ୍ ଗଠନ କରେ କିମ୍ବା ବାୟୋମେମ୍ବରେନ ଗୁଡିକୁ ବାନ୍ଧିବାରେ ସାହାଯ୍ୟ କରେ।
ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ପ୍ରୋଟିନ୍ ଟ୍ୟୁମର ଖୋଜିବା ଏବଂ ଟ୍ୟୁମର ର ପ୍ରାରମ୍ଭିକ ଅବସ୍ଥାକୁ ଚିହ୍ନଟ କରିବାର ସମ୍ଭାବନାକୁ ବଢାଇପାରେ । ଯାହାଦ୍ୱାରା ଏହି ଟ୍ୟୁମରକୁ ସର୍ଜରୀ କରି ବାହାର କରାଯାଇପାରିବ ।
ବର୍ତ୍ତମାନ ସମୟରେ, ଅନେକ ପ୍ରକାରର କର୍କଟ ରୋଗକୁ ଶୀଘ୍ର ଚିହ୍ନଟ ହେତୁ କର୍କଟ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବୃଦ୍ଧି ପାଇଛି । ଅବଶ୍ୟ, ଗତ ୨୦ ବର୍ଷ ମଧ୍ୟରେ ବ୍ରେନ୍ ଟ୍ୟୁମର ଥିବା ଲୋକଙ୍କ ବଞ୍ଚିବାର ହାରରେ କୌଣସି ପରିବର୍ତ୍ତନ ଆସିନାହିଁ। କାରଣ ବ୍ରେନ୍ ଟ୍ୟୁମରର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡେ । ଯାହାଫଳରେ ଜଣେ ରୋଗିକୁ ବଞ୍ଚାଇବା ସମ୍ଭବ ହୋଇପାରେ ନାହିଁ ।
ଷ୍ଟଡି ଅନୁଯାୟୀ, ବ୍ରେନ ଟ୍ୟୁମରରେ ପୀଡିତ ବ୍ୟକ୍ତିଙ୍କ ସମ୍ଭାବ୍ୟ ସୂଚକ ହେଉଛି ସେମାନଙ୍କ ମୂତ୍ରରେ ଟ୍ୟୁମର ସମ୍ବନ୍ଧୀୟ ଏକ୍ସଟ୍ରାସେଲୁଲାର ଭେସିକଲ୍ସ (ଇଭି) ର ଉପସ୍ଥିତି। ଏଥିରେ କୁହାଯାଇଛି ଯେ ଇଭି ସୂକ୍ଷ୍ମ ଆକାରର କୋଷିକା ହୋଇଥାଏ ଯାହା କୋଷିକା ରୁ କୋଷିକା ମଧ୍ୟରେ ସଞ୍ଚାର ସମେତ ଅନେକ କାର୍ଯ୍ୟରେ ସାମିଲ ହୋଇଥାଏ । କାହିଁକିନା ବ୍ରେନ୍ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଠାରେ ମିଳୁଥିବା ଏହି ଇଭିରେ ବିଶେଷ ପ୍ରକାରର RNA ଏବଂ ଝିଲ୍ଲୀ ପ୍ରୋଟିନ୍ ଥାଏ, ସେଗୁଡିକ କର୍କଟ ଚିହ୍ନଟ ପାଇଁ ବ୍ୟବହୃତ ହୋଇପାରିବ ।