ବର୍ତ୍ତମାନ ଦେଶରେ ଶୀତଦିନର ଆଗମନ ହୋଇଛି। ଏହି ଋତୁ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥିଲେ ହେଁ ପ୍ରାୟତଃ ଏହି ଦିନରେ ଲୋକମାନଙ୍କ ଠାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ। ପୂର୍ବରୁ ବୟସ ଅଧିକ ଥିବା ବ୍ୟକ୍ତି ବିଶେଷଙ୍କ ଠାରେ ଏଭଳି ସମସ୍ୟା ଦେଖା ଦେଉଥିବା ବେଳେ ଏବେ କମ ବୟସର ଲୋକଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଉଛି। ତେବେ, ଯଦି ଆପଣଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଏହି କେତୋଟି ଖାଦ୍ୟ ଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ ।
ଲୁଣ :

ଦରକାର ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ Osteoporosis ଭଳି ସମସ୍ୟା ଦେଖା ଦେଇଥାଏ। ଏହା ଏକ ବପରି ସମସ୍ୟା ଯେଉଁଥିରେ ହାଡ଼ ବହୁତ ଦୁର୍ବଳ ହୋଇଯାଏ ଏବଂ ସାମାନ୍ୟ ମାଡ଼ରେ ବି ହାଡ଼ ଫ୍ରାକ୍ଚର ହୋଇଯାଏ । କମ ଲୁଣ ଖାଇବା ଦ୍ୱାରା ଶରୀରରେ ଗଣ୍ଠି ଫୁଲା ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇନଥାଏ।
ଚିନି :

ଶୀତ ଦିନରେ ବେକରୀ ପ୍ରଡକ୍ଟ ,ରିଫାଇନରି ପ୍ରଡକ୍ଟ, ଆର୍ଟିଫିଶିଆଲ ଜୁସ୍ କିମ୍ବା ଚିନି ଖାଇବା ଦ୍ୱାରା ଦେହରେ ଗ୍ଲୁକୋଜ ସ୍ତର ବୃଦ୍ଧି ପାଇଥାଏ। ଏହା ଅର୍ଥରେଟିସ ରୋଗୀଙ୍କ ପାଇଁ କଷ୍ଟ ଦାୟକ ସାବ୍ୟସ୍ତ ହୋଇଥାଏ।
ରେଡ୍ ମିଟ୍ :

ଏଥିରେ ଅଧିକ ମାତ୍ରାରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ। ଏହା ଶରୀରରେ ଇଂଫେକ୍ସନ୍ ସୃଷ୍ଟି କରିଥାଏ। ଯାହାକି ଶରୀରର ଗଣ୍ଠି ମାନଙ୍କରେ ଯନ୍ତ୍ରଣା ସୃଷ୍ଟି କରିଥାଏ।
ଗ୍ଲୁଟେନ୍ :

ଭାରତରେ ବହୁଳ ଗହମ ବ୍ୟବହାର କରାଯାଏ । ଏଥିରୁ ପ୍ରସ୍ତୁତ ରୁଟି, ଚାପତି, ପରଟା, ପୁରୀ ଇତ୍ୟାଦି ଦେଶରେ ପ୍ରତିଦିନ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ଗହମ ବ୍ୟତୀତ ବାର୍ଲି ଏବଂ ରାଇ ଭଳି ଖାଦ୍ୟରେ ଏକ ପ୍ରକାର ପ୍ରୋଟିନ୍ ମିଳିଥାଏ, ଯାହା ବେଳେବେଳେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହି ପ୍ରୋଟିନକୁ ଗ୍ଲୁଟେନ୍ କୁହାଯାଏ । ଏହା ଏପରି ଏକ ପ୍ରକାର ପଦାର୍ଥ, ଯାହା ଶରୀରରେ ଖାଦ୍ୟ ଏକାଠି ରଖିବାରେ ସାହାଯ୍ୟ କରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଗ୍ଲୁଟେନ୍ ଖାଇବା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ, ବିଶେଷକରି ଯେଉଁମାନେ ଗହମ ପାଇଁ ଆଲର୍ଜି କିମ୍ବା ସିଲିଆକ୍ ରୋଗରେ ପୀଡିତ । ସେମାନେ ଅଧିକ ଗ୍ଲୁଟେନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ତାଙ୍କ ଆଣ୍ଠୁ ଗଣ୍ଠିରେ ସମସ୍ୟା ଦେଖା ଦେଇଥାଏ।
ଆଲକୋହଲ :

ଯେଉଁମାନଙ୍କର ଆଣ୍ଠୁ ଗଣ୍ଠିରେ ସମସ୍ୟା ରହିଥାଏ ସେମାନେ ଆଲକୋହଲ ସେବନ କରିବା ଉଚିତ ନୁହେଁ।