ଦାନ୍ତ ମାଢି ରୁ ରକ୍ତ ବାହାରିବା କ’ଣ?
ଦାନ୍ତ ମାଢି ରୁ ରକ୍ତ ବାହାରିବା ହେଉଛି ଦାନ୍ତ ରୋଗର ସବୁଠାରୁ ସାଧାରଣ ଲକ୍ଷଣ, କିନ୍ତୁ ଏହା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସୂଚାଇପାରେ ।
ବେଳେବେଳେ ଅତ୍ୟଧିକ ଘଷି ବ୍ରଶ୍ କରିବା କିମ୍ବା ଠିକ ଭାବେ କୁତ୍ରିମ ଦାନ୍ତ ନ ପିନ୍ଧିବା ଦ୍ୱାରା ମଧ୍ୟ ଦାନ୍ତ ମାଢି ରୁ ରକ୍ତ ବାହାରିପାରେ ।
ଦାନ୍ତ ମାଢି ରୁ ରକ୍ତ ବାହାରିବା ର ଲକ୍ଷଣ :
ଦାନ୍ତ ମାଢି ରୁ ରକ୍ତ ବାହାରିବା ସହିତ, ନିମ୍ନଲିଖିତ ଲକ୍ଷଣ ମଧ୍ୟ ଦେଖା ଦେଇପାରେ –
- ଦାନ୍ତ ମାଢି ଫୁଲିବା ।
- ପାଟି ଏବଂ ମାଢି ଚାରିପାଖରେ ଯନ୍ତ୍ରଣା ।
- ଗାଢ ଲାଲ କିମ୍ବା ନାଲି-ବାଇଗଣୀ ରଙ୍ଗର ମାଢି ।
- ମାଢି କୁ କେବଳ ଛୁଇଁବା ମାତ୍ରେ ଯନ୍ତ୍ରଣା ।
- ଦାନ୍ତ ଏବଂ ମାଢି ମଧ୍ୟରେ ଦୂରତା ବୃଦ୍ଧି ।
- ପାଟିର ଗନ୍ଧ କିମ୍ବା ପାଟିରେ ସ୍ୱାଦ ବିଗିଡିବା ।
- ଦାନ୍ତ ହଳିବା ଇତ୍ୟାଦି ।
ଦାନ୍ତ ମାଢି ରୁ ରକ୍ତ ବାହାରେ କାହିଁକି?
ଦାନ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦ୍ଵାରା ମାଢି ରୁ ରକ୍ତ ବାହାରିପାରେ । ଏହା ବ୍ୟତୀତ କିଛି lifestyle ଦ୍ଵାରା ମଧ୍ୟ ମାଢି ରୁ ରକ୍ତ ବହାରିପାରେ । ଯେପରିକି
- ଭିଟାମିନ୍ ସି ଅଭାବ ।
- ଯକୃତ ରୋଗ ।
- କର୍କଟ ।
- ଭିଟାମିନ୍ କେ ଅଭାବ ।
- ମହିଳାମାନଙ୍କଠାରେ ହରମୋନ୍ ପରିବର୍ତ୍ତନ ।
- ପାଟିର ସ୍ୱଚ୍ଛତା ବଜାୟ ନ ରଖିବା ।
- ଦାନ୍ତରେ ଆଘାତ ।
- ରକ୍ତସ୍ରାବ ଜନିତ ରୋଗ ।
- କେତେକ ଔଷଧ ।
ଦାନ୍ତ ମାଢି ରୁ ରକ୍ତ ବାହାରିବାକୁ କିପରି ବନ୍ଦ କରାଯାଇପାରିବ?
- ନିୟମିତ ଦନ୍ତ ଚିକିତ୍ସକଙ୍କୁ ଦେଖାନ୍ତୁ ।
- ତୁମର medicines ବିଷୟରେ ଡାକ୍ତରଙ୍କୁ ପଚାର ।
- ଆପଣଙ୍କର ଟୁଥ୍ ବ୍ରଶ୍ ଯାଞ୍ଚ କରନ୍ତୁ ।
- ଏକ ଭଲ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।
- ପ୍ରଚୁର ପାଣି ପିଅନ୍ତୁ ।
- ତମାଖୁ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।
- ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଦ୍ୟ ଏବଂ ପାନୀୟ ପ୍ରତି ସଚେତନ ରୁହନ୍ତୁ ।