କେଉଁ ଚା ସ୍ୱାସ୍ଥ୍ୟର କ୍ଷତି କରେ ନାହିଁ ଜାଣନ୍ତୁ ।

ଅଧିକାଂଶ ଲୋକ ଥକାପଣରୁ ମୁକ୍ତି ପାଇଁ କିମ୍ବା ଅଭ୍ୟାସ ହେତୁ ଚା ପିଇଥାନ୍ତି । ଅନେକ ଲୋକ ଚା’ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ମଧ୍ୟ ଭାବନ୍ତି । କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କମ୍ ଅକ୍ସିଡେସନ୍ ଥିବା ଚା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଓଲଙ୍ଗ ଚା (Oolong Tea) :

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଚା’ରେ କ୍ୟାଲସିୟମ୍, ମାଙ୍ଗାନିଜ୍, ପୋଟାସିୟମ୍, ତମ୍ବା ଏବଂ ସେଲେନିୟମ୍ ଥାଏ।ଓଜନ ନିୟନ୍ତ୍ରଣ କରିବାରେ, ଦାନ୍ତ କ୍ଷୟକୁ ରୋକିବାରେ ଏବଂ ଚର୍ମକୁ ଉଜ୍ଜ୍ୱଳ କରିବାରେ ଏହା ସହାୟକ ହୋଇଥାଏ। କଳା ଦାଗ ଏବଂ Wrinkles ହ୍ରାସ କରିବା ସହିତ ଏହି ଚା ଏକ ସନ୍ସ୍କ୍ରିନ୍ ଏବଂ ଟୋନର ଭାବରେ ମଧ୍ୟ କାର୍ଯ୍ୟ କରିଥାଏ ।

କଳା ଚା (Black Tea) :

ମଧୁମେହର ସ୍ତର ହ୍ରାସ କରିବା ବ୍ୟତୀତ ଏହା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ । ଏହା ବ୍ୟତୀତ ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ଚେହେରାର ରଙ୍ଗରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ ।

ହର୍ବାଲ୍ ଚା (Herbal Tea) :

ଏଥିରେ କଫିନ୍ ନ ଥାଏ । ଚର୍ମ ଆଲର୍ଜିରେ ଲାଭଦାୟକ ହେବା ସହ ଏହା କର୍କଟ ରୋଗ ସହିତ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ ।

Green Tea :

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଏହି ଚା କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ ଏବଂ ସୁସ୍ଥ କୋଷଗୁଡ଼ିକୁ ଶୀଘ୍ର ବଢ଼ିବାରେ ସାହାଯ୍ୟ କରେ । ଏହାକୁ ଫେସ୍ ସ୍କ୍ରବର୍ ଏବଂ ଟୋନର ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।

Leave a Reply

Your email address will not be published. Required fields are marked *