ସାଧାରଣତ ପୂଜାପାଠ କିମ୍ବା ଧାର୍ମିକ କାର୍ଯ୍ୟରେ ପାନ ପତ୍ର ବ୍ୟବହୃତ ହୁଏ, କିନ୍ତୁ ଅନେକ ଲୋକ ଏହାକୁ ମଉଥ ଫ୍ରେନ୍ସର ଭାବରେ ମଧ୍ୟ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ପାନ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଆସନ୍ତୁ ଜାଣିବା :
ମୁଣ୍ଡ ବିନ୍ଧାରେ ପାନ ପତ୍ର ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହାର ଆନାଲେଜିକ୍ ଗୁଣ ବ୍ୟତୀତ, ଏଥିରେ କିଛି ଉପାଦାନ ମଧ୍ୟ ରହିଥାଏ ଯାହା ଶୀତଳତାର ଅନୁଭବ ଦେଇଥାଏ। ମୁଣ୍ଡ ବିନ୍ଧା ହେଲେ, ଆପଣ ପାନ ପତ୍ରକୁ ଗ୍ରାଇଣ୍ଡ୍ କରି ଏହାର ପେଷ୍ଟକୁ କପାଳରେ ଲଗାଇ ତା’ପରେ ଅଧ ଘଣ୍ଟା ପରେ ପାଣିରେ ଧୋଇ ନିଅନ୍ତୁ। ମୁଣ୍ଡବିନ୍ଧା କମିଯିବ।
2012 ଅଧ୍ୟୟନ ଅନୁଯାୟୀ, ପାନ ପତ୍ରରେ ଏକ କଣିକା ରହିଥାଏ ଯାହା କ୍ରନିକ୍ ମାଇଲୋଏଡ୍ ଲ୍ୟୁକେମିଆ (CML) ସହିତ ଲଢ଼ିବାରେ ସାହାଯ୍ୟ କରେ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ବାୟୋଲୋଜି ବ୍ୟତୀତ ଏହି ଅଧ୍ୟୟନ ଅନ୍ୟ ଦୁଇଟି ଭାରତୀୟ ଅନୁଷ୍ଠାନ ଦ୍ୱାରା କରାଯାଇଥିଲା, ଯେଉଁଥିରେ ଗବେଷକମାନେ କହିଥିଲେ ଯେ, ବୋନ ମେରୋ କର୍କଟ ରୋଗର ଚିକିତ୍ସା ପାଇଁ ପାନ ପତ୍ର ସାହାଯ୍ୟ କରିଥାଏ।
ପାନ ପତ୍ର ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦ ଅନୁଯାୟୀ, ପାନ ପତ୍ର ଶରୀରରେ ଗଚ୍ଛିତ ଚର୍ବିକୁ ହ୍ରାସ କରିଥାଏ ଏବଂ ଓଜନ ହ୍ରାସ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
ନିୟମିତ ପାନ ପତ୍ରକୁ ଚୋବାଇ ଖାଇଲେ କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ମିଳେ।
ଅମ୍ଳ ରୋଗୀ ଦିନକୁ 2 ରୁ 3 ଖଣ୍ଡ ପାନ ପତ୍ର ଚୋବାଇ ବା ଭଲ।
ପାନ ପତ୍ର ଚୋବାଇବା ଦ୍ଵାରା ମୁଖରେ କୌଣସି ପ୍ରକାର ରୋଗ ହୋଇନଥାଏ ଏବଂ ଏହା ମାଉଥ ପ୍ରେସନର ଭଳି କାମ କରେ।
ପାନ ପତ୍ରରେ ଆଣ୍ଟି ଡାଇବେଟିସ ଗୁଣ ଥିବାରୁ ଏହା ରକ୍ତ ରେ ଶର୍କରାକୁ ନିୟନ୍ତ୍ରଣ କରେ।
ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥିବା ଯୁବତୀ ଓ ମହିଳାମାନେ ଏହା ଖାଇବା ଭଲ।
ଭୋଜନ ପରେ ଖଣ୍ଡିଏ ପାନ ପତ୍ର ଖାଇଲେ ହଜମ ଭଲ ହୋଇଥାଏ।
ନିୟମିତ ପାନ ପତ୍ର ଖାଇବା ଦ୍ଵାରା ଦାନ୍ତ ଓ ମାଢି ଯନ୍ତ୍ରଣାରୁ ମୁକ୍ତି ମିଳେ।
1 ଚାମଚ ମହୁ ସହ 1 ଚାମଚ ପାନ ପତ୍ର ରସ ପିଇଲେ କଫ ରୁ ମୁକ୍ତି ମିଳେ।