wax apple ବା ଜମୁରୋଳ ଫଳର ଉପକାରିତା :
ଏହି wax apple ବା ଜମୁରୋଳ ଫଳ ବାସ୍ତବରେ ଜଳ ଏବଂ ଫାଇବରରେ ଭରପୂର ଫଳ ଅଟେ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ। ଏହା ଗ୍ରୀଷ୍ମ ଋତୁରେ ଉତ୍ତାପ ଏବଂ ଡିହାଇଡ୍ରେସନ୍ କୁ ରୋକିଥାଏ ଏବଂ ଅନେକ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ।
ଏହି ଫଳ ପାଣିରେ ପରିପୂର୍ଣ୍ଣ :
ଏହି wax apple ବା ଜମୁରୋଳ ଫଳ ପାଣିରେ ଭରପୂର ଅଟେ। ଏହା ଶରୀରରେ ପ୍ରୋଟିନ୍ ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଏବଂ ୟୁରିକ୍ ଏସିଡ୍ ସମସ୍ୟାକୁ ରୋକିଥାଏ। ଏହା ଶରୀରରେ ୟୁରିକ୍ ଏସିଡ୍ ଜମା ହେବାକୁ ଦିଏ ନାହିଁ। ଏହାସହ ଏହା ଶରୀରରେ ଜମା ହେଉଥିବା
ୟୁରିନ ପଥରୀଗୁଡିକୁ ବାହାର କରିବାରେ ସାହାଯ୍ୟ କରେ।
ଫାଇବରରେ ଭରପୂର ଫଳ :
ଏହି ଫାଇବର ସମୃଦ୍ଧ ଫଳ ଖାଇବା ଦ୍ବାରା ପେଟ ଜନିତ ରୋଗ ସମସ୍ୟାକୁ ରୋକିଥାଏ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର :
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ଖାଇବା ଦ୍ବାରା ହ୍ରାସ କରିଥାଏ। ହାଡରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିଥାଏ। ଏହି ଉପାୟରେ ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ଲାଭଦାୟକ ଅଟେ।