ଏହି ସ୍ୱଦେଶୀ ଜିନିଷ ସହିତ ତଳି ପାଦକୁ ମାଲିସ୍ କରନ୍ତୁ, ଚେହେରାର ଚମକ ଦ୍ୱିଗୁଣିତ ହେବ, ଏବଂ ଦାଗ ଚିହ୍ନ ହାଲୁକା ହୋଇଯିବ।

ଭାରତୀୟ ଖାଦ୍ୟରେ ଦେଶୀ ଘିଅ ଏକ ଜରୁରୀ ଅଟେ। ଦେଶୀ ଘିଅ ହାଡର ମରାମତି ଠାରୁ ଆରମ୍ଭ କରି ଚର୍ମକୁ ଉଜ୍ଜ୍ୱଳ କରିବା ପର୍ଯ୍ୟନ୍ତ ସାହାର୍ଯ୍ୟ କରେ। କିନ୍ତୁ ଆଜି ଆମେ ଏହାକୁ ତଳି ପାଦରେ ଲଗାଇଲେ କ’ଣ ହୁଏ ଏବଂ ଚର୍ମରେ କିପରି ଉନ୍ନତି ହୁଏ ସେ ବିଷୟରେ ଆଲୋଚନା କରିବା।

ପାଦରେ ଘିଅ ମାଲିସ୍ କରିବାର ଲାଭ :

  • ଯଦି ଆପଣଙ୍କ ଚେହେରା ରେ ଦାଗ (dark spot), କୁଞ୍ଚନ (wrinkles) ଏବଂ ଶୁଖିଲା ଚର୍ମ (dry skin) ଯୋଗୁଁ ଅସୁବିଧାରେ ପଡିଛନ୍ତି, ତେବେ ନିଜର ପାଦକୁ ମସାଜ୍ କରି ରାତିରେ ଶୋଇବା ଉଚିତ୍, କିଛି ଦିନ ମଧ୍ୟରେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବେ।
  • ଏହା ବ୍ୟତୀତ, ଯଦି ଆପଣ ରାତିରେ ଭଲ ଶୋଇପାରୁ ନାହାଁନ୍ତି, ତେବେ ଆପଣ ଏହାକୁ ମାଲିସ୍ କରିବା ପରେ ଭଲ ନିଦ ପାଇବେ। ଏହା ଆପଣଙ୍କ ସମସ୍ତ କ୍ଳାନ୍ତତାକୁ ଦୂର କରିବ।
  • ଏହା ଶରୀରର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଯଦି ଆପଣ ପ୍ରତିଦିନ ଏହା କରିବା ଆରମ୍ଭ କରନ୍ତି, ତେବେ ଏହାର ପ୍ରଭାବ ଏକ ମାସ ମଧ୍ୟରେ ଦୃଶ୍ୟମାନ ହେବ।

Leave a Comment