ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ କେବଳ 2ଟି ଲବଙ୍ଗ, ସକାଳୁ ଦେଖିବେ ଏହାର ଆଶ୍ଚର୍ଯ୍ୟଜନକ ଲାଭ…

ଆମ ରୋଷେଇ ଘରେ ଏଭଳି ଅନେକ ଜିନିଷ ରହିଛି ଯାହାକୁ ଆମେ କେବଳ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ଆୟୁର୍ବେଦ ଅନୁସାରେ ଆମେ ସାଧାରଣ ମସଲା ଭାବୁଥିବା ସାମଗ୍ରୀ ଗୁଡିକରେ ଅନେକ ଔଷଧୀୟ ଗୁଣରେ ରହିଛି। ଏଗୁଡିକର ସଠିକ ପ୍ରୟୋଗ ଜାଣିଲେ ଆପଣ ସାରା ଜୀବନ ନିରୋଗୀ ରହିବେ।

ଆମ ରୋଷେଇ ଘରେ ଥିବା ଔଷଧୀୟ ସାମଗ୍ରୀ ମଧ୍ୟରୁ ଲବଙ୍ଗ ହେଉଛି ଅନ୍ଯତମ । ଲବଙ୍ଗ ସ୍ଵଭାବରେ ବହୁତ ଗରମ ହୋଇଥାଏ । ତେଣୁ ଥଣ୍ଡା ଦିନେ ଲବଙ୍ଗର ସେବନ କରିବା ଦ୍ଵାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ । ରାତିରେ ଶୋଇବା ପୂର୍ବରୁ କେବଳ ଦୁଇଟି ଲବଙ୍ଗକୁ ଖାଇଦେଲେ ଆମ ଶରୀରକୁ ବହୁତ ସାରା ଫାଇଦା ମିଳିବ। ଲବଙ୍ଗରେ ଆଣ୍ଟି ଅକ୍ସିଡାଣ୍ଟ, ଜୀବନରୋଧୀ, ଆଣ୍ଟି ସେପ୍ଟିକ ଆଦି ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଲବଙ୍ଗର ସେବନ ଦ୍ଵାରା ଆମକୁ କେଉଁ କେଉଁ ଫାଇଦା ମିଳିଥାଏ ।

ଲବଙ୍ଗ ଖାଇବାର ଲାଭ :

  • ଲବଙ୍ଗ ଆମ ଦାନ୍ତ ସମସ୍ଯା ଦୂର କରିଥାଏ। ଏହାସହ ଲବଙ୍ଗ ଆମ ମୁଖ ଦୁର୍ଗନ୍ଧ କୁ ମଧ୍ୟ ଦୂର କରିଥାଏ । ମୁଖ ଦୁର୍ଗନ୍ଧକୁ ନେଇ ଅନେକ ଲୋକ ଚିନ୍ତିତ ରହିଥାନ୍ତି । ଏହିଭଳି ଲୋକଙ୍କ ପାଇଁ ଲବଙ୍ଗ ଏକ ରାମବାଣ ଔଷଧୀ ଅଟେ।
  • ଲବଙ୍ଗର ସେବନ କରିବା ଦ୍ଵାରା ପାଚନତନ୍ତ୍ର ମଜବୁତ ରହିଥାଏ ଓ ପେଟଜନିତ ଅନେକ ସମସ୍ଯାରୁ ମୁକ୍ତି ମିଳିଥାଏ । ଲବଙ୍ଗ ଆମ ପାଚନ କ୍ରିୟା ଠିକ ରଖୁଥିବାରୁ ଗ୍ଯାସ ଜନିତ ସମସ୍ୟା, କୋଷ୍ଠକାଠିନ୍ୟ ଆଦି ଭଲ ହୋଇଯାଏ ।
  • ପ୍ରତିଦିନ ଲବଙ୍ଗ ଖାଇବା ଦ୍ଵାରା ନିଦ ସମସ୍ଯା, ଡିପ୍ରେସନ ଓ ଟେନସନ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ ।
  • ଥଣ୍ଡା, କାଶ, କଫ ଓ ଗଳାର ସମସ୍ଯା ପାଇଁ ଲବଙ୍ଗକୁ ଚାହାରେ ପକାଇ ପିଇଲେ ଖୁବ ଫାଇଦା ମିଳିଥାଏ ।
  • ଯଦି କାହାର ପ୍ରତିଦିନ ପେଟ ବ୍ୟଥା ହେଉଛି ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗକୁ ଗରମ ପାଣି ସହ ଖାଇ ଦିଅନ୍ତୁ । ନଚେତ ଖାଇବା ପରେ ଗୋଟିଏ ଲବଙ୍ଗ ଚୋବେଇ ଖାଆନ୍ତୁ । ଏମିତି କିଛି କରିବା ଦ୍ଵାରା ଦେଖିବେ ପେଟ ସମସ୍ଯା ଦୂର ହୋଇଯିବ ।
  • ପେଟ ସହ ମୁଣ୍ଡବ୍ୟଥାକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରେ ଲବଙ୍ଗ । ସେଥିପାଇଁ ମୁଣ୍ଡବ୍ୟଥା ହେଉଥିଲେ ପେନକିଲର ବଦଳରେ ଗୋଟିଏ ଲବଙ୍ଗକୁ ଗରମ ପାଣି ସହ ଖାଇ ନିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ହିଁ ଆରାମ ମିଳିବ ।

Leave a Reply

Your email address will not be published. Required fields are marked *