ରକ୍ତ ଦାନ କରିବା ଶରୀର ପ୍ରତି ଲାଭଦାୟକ ନା ଅଛି କିଛି କ୍ଷତିକାରକ? ଆସନ୍ତୁ ଜାଣିବା……

ରକ୍ତ ଦାନ ଏତେ ମହାନ ଦାନ ଯେ କେହି ଜଣେ ନୂତନ ଜୀବନ ପାଇପାରିବେ। ସମାଜର ଜଣେ ସଚେତନ ତଥା ଦାୟିତ୍ୱ ବାନ ନାଗରିକ ହୋଇ ସମସ୍ତେ ରକ୍ତ ଦାନ କରିବା ଉଚିତ୍। ବିଶ୍ୱ ରକ୍ତ ଦାନ ଦିବସ ପ୍ରତିବର୍ଷ 14 ଜୁନ୍ କୁ ସାରା ବିଶ୍ୱରେ ପାଳନ କରାଯାଏ।

ରକ୍ତ ଦାନ କରିବାର ଲାଭ କ’ଣ?

ରକ୍ତ ଦାନ କରିବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ଭାବନାତ୍ମକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ର ଉପକାର ମିଳିଥାଏ। ମାନସିକ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ, ରକ୍ତ ଦାନ କରିବା ଦ୍ବାରା :-

  • ଚାପ(tension) କମିଯାଏ।
  • ରକ୍ତ ଦାନ କରିବା ଦ୍ୱାରା ରକ୍ତଚାପ ଏବଂ ହୃଦଘାତର ଆଶଙ୍କା କମ୍ ହୋଇଯାଏ।
  • ଏକ ସୁସ୍ଥ ହୃଦୟ ଏବଂ ରକ୍ତ ସଞ୍ଚାଳନ ପ୍ରଣାଳୀ ଠିକ ହୋଇଥାଏ।
  • ରକ୍ତ ଦାନ ସମୟରେ ମାଗଣା ପରୀକ୍ଷା ଦ୍ୱାରା ଶାରୀରିକ ଲାଭ ହୋଇଥାଏ।
  • ନକାରାତ୍ମକ ଭାବନାରୁ ମୁକ୍ତି ପାଇବାରେ ସାହାଯ୍ୟ କରେ।

ରକ୍ତ ଦାନ କରିବା ସମୟରେ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବାକୁ ହେବ?

ଯଦି ଆପଣ ରକ୍ତ ଦାନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ :-

  • ପ୍ରଚୁର ପାଣି ପିଅନ୍ତୁ।
  • ଖାଲି ପେଟରେ ରୁହନ୍ତୁ ନାହିଁ।
  • ରକ୍ତ ଦାନ ପୂର୍ବରୁ ବ୍ୟାୟାମ କରନ୍ତୁ, ପରେ ନୁହେଁ।

Leave a Comment