ଅନେକ କାରଣରୁ ହାତର ରଙ୍ଗ କଳା ଦେଖାଯାଉ ଛି କି? କଫି ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ କିନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ହାତକୁ ଗୋରା କରିବା ପାଇଁ କଫିର ବ୍ୟବହାର :
କଫି ଏବଂ ଦହି :
ହାତରୁ କଳାକୁ ଦୂର କରିବା ପାଇଁ କଫି ଏବଂ ଦହି ମିଶାଇ ଏକ ସ୍କ୍ରବ୍ ତିଆରି କରାଯାଇପାରେ। ଏହି ସ୍କ୍ରବ୍ ନେଇ କିଛି ସମୟ ହାତରେ ଘଷନ୍ତୁ ଏବଂ ଏହି ପେଷ୍ଟକୁ ପ୍ରାୟ 20 ମିନିଟ୍ ଲଗାଇବା ପରେ ହାତ ଧୋଇ ଦିଅନ୍ତୁ। ସର୍ବୋତ୍ତମ ପ୍ରଭାବ ପାଇଁ, ଏହି ପେଷ୍ଟକୁ ସପ୍ତାହରେ ଦୁଇଥର ଲଗାନ୍ତୁ।
କଫି ଏବଂ ଅଲିଭ୍ ତେଲ :
ଏକ ପାତ୍ରରେ କଫି ନିଅ ଏବଂ ସେଥିରେ ଏକ ଚାମଚ ଅଲିଭ୍ ତେଲକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ହାତରେ ରଖିବା ପରେ ଏହି ପେଷ୍ଟକୁ ଧୋଇ ଦିଅନ୍ତୁ। ହାତରୁ ଟ୍ୟାନିଂ ହଟାଇବା ସହିତ ଏହା ଚର୍ମକୁ କୋମଳ ମଧ୍ୟ କରିଥାଏ।
କଫି ଏବଂ ମହୁ :
ହାତରେ ଦୃଶ୍ୟମାନ ପିଗମେଣ୍ଟେସନ୍ ପାଇଁ ମହୁ ସହିତ କଫି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପ୍ରାୟ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। କଫି ହାତକୁ ସଫା କରିବ, ମହୁ ହାତକୁ ଆବଶ୍ୟକ ଆର୍ଦ୍ରତା ଦେବ। ସୂର୍ଯ୍ୟକିରଣ ଦ୍ଵାରା ହୋଇ ଥିବା କଳା କୁ ଦୂର କରିବାରେ ଏହି ରେସିପି ବହୁତ ପ୍ରଭାବଶାଳୀ।
କଫି ଏବଂ ଲେମ୍ବୁ :
ଚର୍ମକୁ ଗୋରା ଓ ଚମକଦାର କରିବା ପାଇଁ ଭିଟାମିନ୍ ସି ଦ୍ଵାରା ଭରପୂର ଲେମ୍ବୁ ବ୍ୟବହୃତ ହୁଏ। ଏକ ପାତ୍ରରେ ଲେମ୍ବୁ ରସ ଓ କଫି ନିଅନ୍ତୁ ଏହା କୁ ମିଶାଇ ହାତରେ ଲଗାନ୍ତୁ। 15 ମିନିଟ୍ ପରେ ଆପଣ ହାତ ଧୋଇବା ପରେ ଏହାର ପ୍ରଭାବ ଦେଖିବା ଆରମ୍ଭ କରିବେ।