ଏହି 3ଟି ଜିନିଷକୁ ଚାହାରେ ମିଶାଇ ପିଅନ୍ତୁ, ଶରୀରକୁ ମିଳିବ ଅନେକ ଲାଭ ଏବଂ ଦୂର ହୋଇଯିବ ଅନେକ ରୋଗ…

ଚାହା ଏପରି ଏକ ପେୟ ଯାହାକୁ ସମସ୍ତେ ପସନ୍ଦ କରନ୍ତି। ଅନେକ ଲୋକ କୁହନ୍ତି ଚାହା ଅଧିକ ପିଇବା ଆମ ଶରୀର ପାଇଁ କ୍ଷତିକାରକ। କୌଣସି ଜିନିଷର ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କ୍ଷତିକାରକ ହୋଇଥାଏ । ଠିକ ସେମିତି ଚାହା ଅଧିକ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଚାହା କୁ ଦିନକୁ ଥରେ କିମ୍ବା ଦୁଇ ଥର ପିଇବା ଦ୍ଵାରା କୌଣସି କ୍ଷତି ହୋଇନଥାଏ।

ଆଜି ଆମେ ଆପଣଙ୍କୁ ଏଭଳି ତିନୋଟି ଜିନିଷ ବିଷୟରେ କହିବୁ ଯାହା ଚାହାରେ ମିଶାଇ ପିଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହେବାସହ ଚାହାର ସ୍ଵାଦ ମଧ୍ୟ ବଢାଇ ଦେବ ।

ପ୍ରଥମ ଜିନିଷ ଯାହା ଆପଣ ଚାହା କରିବା ସମୟରେ ନିହାତି ଭାବେ ମିଶାଇବା ଉଚିତ ତାହା ହେଉଛି ଅଦା । ଅଦା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ଇନଫ୍ଲାମେଟୋରି ତତ୍ତ୍ଵ ରହିଥାଏ । ଯାହା ଆପଣଙ୍କ ଶରୀରର ଇନଫ୍ଲେମେସନକୁ କମ୍ କରି ଯନ୍ତ୍ରଣା ମଧ୍ୟ କମାଇ ଦେଇଥାଏ । ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଓଜନ ମଧ୍ୟ କମ୍ କରିଥାଏ ଏବଂ ହଜମ ଶକ୍ତି ବଢାଇଥାଏ ।

ଦ୍ଵିତୀୟ ଜିନିଷ ଯାହା ଆପଣ ଚାହାରେ ମିଶେଇବା ଉଚିତ ତାହା ହେଉଛି ଡାଲଚିନି । ଏହାକୁ ଆମେ ମସଲା ଭାବେ ଖାଦ୍ଯରେ ପ୍ରୟୋଗ କରିଥାଉ । ହେଲେ ଡାଲଚିନି ବିଭିନ୍ନ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଚାହାର ସ୍ଵାଦ ଓ ବାସ୍ନାକୁ ବଢାଇବା ସହ ଔଷଧ ଭଳି କାମ କରିଥାଏ । ଡାଲଚିନିରେ ଆଣ୍ଟି ମାଇକ୍ରୋବାୟିକ ତତ୍ତ୍ଵ ମିଳିଥାଏ । ଆମ ଶରୀରରେ କୌଣସି ସଂକ୍ରମଣ ହୋଇଥିଲେ ତାହା ସହ ଲଢିବାରେ ଡାଲଚିନି ଆମକୁ ସାହାଯ୍ୟ କରେ । ଡାଲଚିନି ବ୍ଲଡ଼ ସୁଗାର, ବ୍ଲଡ଼ ପ୍ରେସର ଆଦିକୁ କମ୍ କରିବା କାମ କରିଥାଏ ।

ତୃତୀୟ ଜିନିଷ ହେଉଛି ଅଳେଇଚ ନିଜ ଚାହାରେ ମିଶେଇ ପାରିବେ। ଅଳେଇଚ ମଧ୍ୟ ଚାହାର ଫ୍ଲେଭରକୁ ବଢେଇ ଦେଇଥାଏ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଜନକ ହୋଇଥାଏ । ଅଳେଇଚ ଆମ ଶିରାପ୍ରଶିରା ତଥା ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିବା ସହ ହଜମକ୍ରିୟାକୁ ମଧ୍ୟ ବଢାଇଥାଏ।

ଯଦି ଆପଣ ଗୋଟେ କପ୍ ଚାହା ବନାଉଛନ୍ତି ତେବେ ସେଥିରେ ମାତ୍ର ଏକ ଚାମୁଚ ଘୋରା ଯାଇଥିବା ଅଦା ମିଶାନ୍ତୁ, ଏକ ଚତୁର୍ଥାଂଶ ଡାଲଚିନି ଗୁଣ୍ଡ ମିଶାନ୍ତୁ । ଅଳେଇଚ ମିଶାଉଥିଲେ ମାତ୍ର ଗୋଟିଏ ଅଳେଇଚ କୁ ହାଲୁକା ଛେଚି ଚାହାରେ ପକାନ୍ତୁ।

Leave a Reply

Your email address will not be published. Required fields are marked *