ଭୋଜନ ଶେଷରେ ମିଠା କାହିଁକି ଖିଆଯାଏ? ଆସନ୍ତୁ ଜାଣିବା ଆମର ଏହି ପୋଷ୍ଟ ରେ …..

କଥାରେ ଅଛି ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା | ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ। ଭୋଜନର ଶେଷରେ ମିଠା ଖିଆଯାଇଥଏ। ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ଠିକ ଭାବରେ ସଂଚାଳନ ହୋଇଥାଏ। ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ ହୋଇଥାଏ। ବାସ୍ତବରେ, ମିଠା ଜିନିଷଗୁଡ଼ିକ କାର୍ବୋହାଇଡ୍ରେଟରେ ଭରପୂର, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଫଳରେ ଆମକୁ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ। ସେଥିପାଇଁ ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ଟିକେ ମିଠା ଖାଇବା ଉଚିତ୍।

ଭୋଜନ ପରେ ଆମକୁ ଶୋଷ ହୋଇଥାଏ। ଆମେ ପାଣି ପିଇବାକୁ ଇଛା କରିଥାଉ। ତେବେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ। କାରଣ ଏହା ଆମର ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ।

ମିଠା ଖାଇବା ପରେ ସେରୋଟୋନିନ୍ ହରମୋନ୍ ସ୍ତର ବୃଦ୍ଧି ପାଇଥାଏ। ଯେଉଁଥିପାଇଁ ଆମ ମନ ଖୁସି ଅନୁଭବ କରେ। ତେଣୁ, ଯଦି ତୁମେ ମନ ଦୁଃଖ ଅନୁଭବ କରୁଛ, ତେବେ ତୁମେ ଟିକିଏ ମିଠା ଖାଇବା ଉଚିତ୍। ଏହା ଏକ ନ୍ୟୁରୋଟ୍ରାନ୍ସମିଟର ଭାବରେ କାର୍ଯ୍ୟ କରେ।

ଅନେକ ଲୋକଙ୍କର ହାଇପୋଗ୍ଲାଇସେମିଆ ଅର୍ଥାତ୍ କମ୍ ଚିନି ସମସ୍ୟା ଥାଏ। ଯାହା ଖାଦ୍ୟ ଖାଇବା ପରେ ଅନୁଭବ ହୋଇଥାଏ। ଏପରି ପରିସ୍ଥିତିରେ ଖାଇବା ପରେ ମିଠା କିଛି ଖାଇବା ଉଚିତ୍।

Leave a Comment