ମୋତିଆବିନ୍ଦୁ ହେବାର କାରଣ ସ୍ପଷ୍ଟ ଜଣା ପଡିନାହିଁ, କିନ୍ତୁ କିଛି କାରଣ ଅଛି ଯାହା ମୋତିଆବିନ୍ଦୁ ହେବାର ଆଶଙ୍କା ବଢ଼ାଇଥାଏ।
ବାର୍ଦ୍ଧକ୍ୟ
ମଧୁମେହ
ଅତ୍ୟଧିକ ମଦ୍ୟପାନ
ସୂର୍ଯ୍ୟକିରଣର ଅତ୍ୟଧିକ ସଂସ୍ପର୍ଶରେ ଆସିବା
ମୋତିଆବିନ୍ଦୁ ର ପାରିବାରିକ ଇତିହାସ
ଉଚ୍ଚ ରକ୍ତଚାପ
ମେଦବହୁଳତା
ଆଖିରେ ମାଡ଼ କିମ୍ବା ସର୍ଜରି ହୋଇଥିଲେ
ପୂର୍ବ ଚକ୍ଷୁ ଅସ୍ତ୍ରୋପଚାର
ଧୂମ୍ରପାନ
ମୋତିଆବିନ୍ଦୁ ହେଲେ କେଉଁ ଲକ୍ଷଣ ଦେଖାଯାଏ ?
ଅଧିକାଂଶ ମୋତିଆବିନ୍ଦୁ ଧୀରେ ଧୀରେ ବିକଶିତ ହୁଏ ଏବଂ ପ୍ରାରମ୍ଭରେ ଦୃଷ୍ଟି ଶକ୍ତି କୁ ପ୍ରଭାବିତ କରେ ନାହିଁ, କିନ୍ତୁ ସମୟ ସହିତ ଏହା ଦେଖିବାର କ୍ଷମତାକୁ ପ୍ରଭାବିତ କରେ। ଏହି କାରଣରୁ, ଜଣେ ବ୍ୟକ୍ତି ନିଜର ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପ କରିବା କଷ୍ଟକର ହୋଇଯାଏ। ଅସ୍ପଷ୍ଟ ଦେଖାଦିଏ ଏବଂ ଚଷମାର ନମ୍ବର ହଠାତ୍ ପରିବର୍ତ୍ତନ ହୋଇଯାଏ।