ପ୍ରାୟତଃ ଆମେ ସମସ୍ତେ କେବେ ନା କେବେ ଦାଢ଼ି ସେଭିଙ୍ଗକୁ ନେଇ କେତେକ ସାଧାରଣ କଥା ନିଶ୍ଚିତ ଶୁଣିଥିବା। ଯେପରିକି ଦାଢ଼ିକୁ ବାରମ୍ବାର ସେଭିଙ୍ଗ କଲେ ସେଠାରେ ଅଧିକ ଶକ୍ତ ଏବଂ ଘଞ୍ଚ ଦାଢ଼ି ଉଠିବ। ଦେହରେ କିମ୍ବା ପ୍ରାଇଭେଟ୍ ପାର୍ଟକୁ ବାରମ୍ବାର ସେଭିଙ୍ଗ କରିବା ଦ୍ୱାରା ସ୍କିନ କଳା ପଡ଼ିଯାଏ। ଏହିପରି ଅନେକ ମିଥ୍ୟା କଥା ଆମ ସମାଜରେ ପ୍ରଚଳିତ ହୋଇ ଆସିଛି। ତେବେ ଏହି ବିଷୟ ନେଇ ଜଣେ ଡାକ୍ତର କଣ ମତ ରଖୁଛନ୍ତି ଅସନ୍ତୁ ଜାଣିବା…
ଚର୍ମ ରୋଗ ବିଶେଷଜ୍ଞ ଡକ୍ଟର ପଙ୍କଜ ଚତୁର୍ବେଦୀଙ୍କ କହିବା ମୁତାବକ ୧୯୨୮ ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାଇ। ସେଭିଙ୍ଗ କରିବା ଦ୍ୱାରା କେଶ ଉପରେ ଏହାର କୌଣସି ପ୍ରଭାବ ପଡିନଥାଏ। ହଜାରରୁ ଅଧିକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ସେଭିଙ୍ଗ କଦାପି କେଶକୁ ମୋଟା ଓ ଘଞ୍ଚ କରିନଥାଏ।
କେଶ ସେଭିଙ୍ଗ କରିବା ସମୟରେ କେଶ ଚର୍ମଠାରୁ ଅତି ନିକଟତର ହୋଇ କଟିଥାଏ, ଏବଂ ଏହା କେଶ ମୂଳ ଉପରେ କୌଣସି ପ୍ରଭାବ ପକାଇନଥାଏ। ତେଣୁ ସେଭିଙ୍ଗ କରିବା ଦ୍ୱାରା କେଶ ମୋଟା ଏବଂ ଘଞ୍ଚ ହୋଇଯାଏ ବୋଲି କହିବାର କୌଣସି ଉଚିତ ତର୍କ ନାହିଁ ବୋଲି ଡାକ୍ତର କହିଛନ୍ତି।
ସେହିପରି ସେଭିଙ୍ଗ କରିବା ପରେ ଆମ୍ଭର ସ୍କିନ୍ କଳା ପଡ଼ିଯିବା କଥାକୁ ନେଇ ଡାକ୍ତର ଚତୁର୍ବେଦୀ କହିଛନ୍ତି ଯେ, “ଅଧିକାଂଶ ଲୋକେ ସେଭିଙ୍ଗ କରିବା ପୂର୍ବରୁ ସେଭିଙ୍ଗ କ୍ରିମ୍ କିମ୍ବା ସେଭ୍ କରିବା ପରେ ଆଫଟର୍ ସେଭ୍ କ୍ରିମ ବ୍ୟବହାର କରିଥାନ୍ତି। ଏହି ଉତ୍ପାଦଗୁଡିକ ଅନେକ ଲୋକଙ୍କ ଚର୍ମକୁ ସୁଟ୍ କରେନାହିଁ । ଏହି ଦ୍ରବ୍ୟ ଗୁଡିକ ଚର୍ମକୁ ଜଳାଇ ଦେଇଥାଏ। ଏହି କାରଣରୁ ଚର୍ମର ରଙ୍ଗ କଳା ପଡ଼ିଯାଏ। କିନ୍ତୁ ସେଭିଙ୍ଗ କରିବା ଦ୍ୱାରା ଚର୍ମ କଳା ପଡ଼ିଯିବା କଥା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ”।