ଟିଟାନସ୍ ଇଞ୍ଜେକ୍ସନ ନେବା କାହିଁକି ଆବଶ୍ୟକ ଅଟେ ?

ଟେଟାନସ୍(ଅପ୍ସମାର୍କ) ନାମକ ଏକ ରୋଗ ଠାରୁ ରକ୍ଷା କରିବା ପାଇଁ ଟିଟାନସ୍ ଇଞ୍ଜେକ୍ସନ ନେବା ଆବଶ୍ୟକ ଅଟେ। ଟେଟାନସ୍(ଅପ୍ସମାର୍କ) ରୋଗ ବହୁତ ଘାତକ ଅଟେ ଯାହା ଦ୍ବାରା ଶରୀର ପାରଲାଇଜ, ମାନସିକ ରୋଗୀ କିମ୍ବା ମୃତ୍ୟୁ ହେବାର ସମ୍ଭାବନା ଥାଏ। ତେଣୁ ଟିଟାନସ୍ ଇଞ୍ଜେକ୍ସନ ନେବା ବହୁତ ଜରୁରୀ ଅଟେ।

ସାଧାରଣତଃ ଧାତୁରେ ଆଘାତ କିମ୍ବା କ୍ଷତ ହେଲେ ଡାକ୍ତରମାନେ ଟିଟାନସ୍ ଇଞ୍ଜେକ୍ସନ ଦେବାକୁ ପରାମର୍ଶ ଦିଅନ୍ତି। ଲୋକଙ୍କ ମଧ୍ୟରେ ଏକ ଭୁଲ ଧାରଣା ଅଛି ଯେ କଳଙ୍କିତ ଲୁହାରେ ଆଘାତ ହେତୁ ଟିଟାନସ୍ ନିଆଯାଏ।

ଆହୁରି ମଧ୍ୟ, ମହିଳାମାନେ ଗର୍ଭାବସ୍ଥାରେ 3 ଏବଂ 7-8 ମାସରେ ଏବଂ ଶିଶୁମାନଙ୍କୁ 4 ମାସରେ ଟେଟାନସ୍ ଠାରୁ ରକ୍ଷା କରିବା ପାଇଁ ଏହି ଇଞ୍ଜେକ୍ସନ୍ ଦିଆଯାଏ।

ଚାରିଟି ଟିକା, DTaP, Tdap, DT, ଏବଂ Td ର ମିଶ୍ରଣ, ଟେଟାନସ୍(ଅପ୍ସମାର୍କ) ରୋକିବା ପାଇଁ ବ୍ୟବହୃତ ହୁଏ। ଏଥିରୁ ଦୁଇଟି ଟିକା (DTaP ଏବଂ DT) 7 ବର୍ଷରୁ ଅଧିକ ପିଲାମାନଙ୍କୁ ଦିଆଯାଏ ଏବଂ ଦୁଇଟି ଟିକା (Tdap ଏବଂ Td) 12 ବର୍ଷରୁ ଅଧିକ ପିଲାମାନଙ୍କୁ ଏବଂ ବୟସ୍କମାନଙ୍କୁ ଦିଆଯାଏ

Leave a Comment