ଆଜିର ସମୟରେ ହୃଦଘାତ ଅଥବା ହାର୍ଟ ଆଟାକ୍ ହେବା ପ୍ରାୟତଃ ସାଧାରଣ କଥା ଅଟେ। ହାର୍ଟଆଟାକ୍ ପାଇଁ ଉଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲ, ଜେନେଟିକ୍ ଡିସଅର୍ଡର, କିମ୍ବା ବଢୁଥିବା ବୟସ ମୁଖ୍ୟତଃ ଦାୟୀ ହୋଇଥିଲେ ହେଁ କମ ବୟସର ବ୍ୟକ୍ତିମାନଙ୍କ ଠାରେ ମଧ୍ୟ ଏହି ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ତେବେ, ଏକ ରିପୋର୍ଟ ଅନୁଯାଇ ପାଟି ଭିତରେ ହେଉଥିବା କିଛି ଲକ୍ଷଣ ସାହାଯ୍ୟରେ ଆପଣ ହାର୍ଟଆଟାକ୍ ହେବା ପୂର୍ବରୁ ସତର୍କ ହୋଇପାରିବେ।
ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାଇ ଦୀର୍ଘଦିନ ଧରି ଯଦି ଆପଣଙ୍କ ଦାନ୍ତ ଏବଂ ମାଢି ରେ ଯନ୍ତ୍ରଣା ରହୁଥିଲେ କିମ୍ବା ଏଥିରେ ପୂଜ ହେଉଥିଲେ, ଏହା ହୃଦଘାତ ପୂର୍ବର ଲକ୍ଷଣ ହୋଇପାରେ । ଏହି ଯନ୍ତ୍ରଣାକୁ ପିରିଓଡେଣ୍ଟିିସ୍ ଇନଫ୍ଲେମେସନ୍ କୁହାଯାଇଥାଏ । ପିରିଓଡେଣ୍ଟିିସ୍ ଇନଫ୍ଲେମେସନ୍ ରେ ଦାନ୍ତମାଢ଼ି ଫୁଲିବା ସହ ରକ୍ତ ମଧ୍ୟ ବାହାରିଥାଏ । ଏହା ଦ୍ଵାରା ଦାନ୍ତ ମଧ୍ୟ କ୍ଷୟ ହୋଇପାରେ । ତେଣୁ ଦାନ୍ତ ମୂଳରେ ଏଭଳି ଯନ୍ତ୍ରଣା ହେଲେ ଏହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ।

ପିରିଓଡେଣ୍ଟାଲ ଇନଫ୍ଲେସନ୍ ହେଲେ ଏହା ହାଡ ମାଧ୍ୟମରେ ସଙ୍କେତ ଦେଉଥିବା କୋଷିକା ଗୁଡିକୁ ସକ୍ରିୟ କରାଇଥାଏ। ଫଳରେ ଧମନୀ ଗୁଡିକରେ ମଧ୍ୟ ଇନଫ୍ଲେସନ୍ ସମସ୍ୟା ବଢିଯାଇ ସିଧାସଳଖ ହାର୍ଟ ଉପରେ ପ୍ରଭାବ ପକାଇଥାଏ। ଏଭଳି ସମସ୍ୟା ଲାଗି ରହିଲେ ବ୍ୟକ୍ତି ଜଣକ ଠାରେ ହାର୍ଟ ସମସ୍ୟା ଦେଖାଦେଇଥାଏ। ଏଥିନେଇ ବୈଜ୍ଞାନିକମାନେ ୩୦ ଜଣ ବ୍ୟକ୍ତିଙ୍କୁ ନେଇ ଗବେଷଣା ଆରମ୍ଭ କରିଥିଲେ। ଏମାନଙ୍କ ଭିତରୁ ଯେଉଁମାନଙ୍କର ଦାନ୍ତ ଏବଂ ମାଢିରେ ସମସ୍ୟା ରହିଥିଲା ଆଗାମୀ ୪ ବର୍ଷ ଭିତରେ ସେମାନଙ୍କ ଥରେ ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥିଲା।