ଯେତେବେଳେ ପ୍ରଥମ ଥର ପାଇଁ ହାକୁଟି ହୁଏ,ଲୋକମାନେ ପ୍ରାୟତଃ ସେମାନଙ୍କ ମୁହଁରେ ହସ ଫୁଟାନ୍ତି, କିନ୍ତୁ ଯେତେବେଳେ ଏହା କ୍ରମାଗତ ଭାବରେ ଆସିବା ଆରମ୍ଭ କରେ ସେତେବେଳେ ଏହା ଏକ ସମସ୍ୟା ହୋଇଯାଏ।
ଆପଣ ଜାଣନ୍ତି କି ହାକୁଟି କାହିଁକି ଘଟେ ଏବଂ ଏହା କ’ଣ ସୂଚାଏ?
- ଶରୀରର ସର୍ବନିମ୍ନ ଅଂଶ ଡାଏଫ୍ରାଗମରୁ ହାକୁଟି ଆରମ୍ଭ ହୁଏ। ଡାଏଫ୍ରାଗମ ହେଉଛି ଫୁସଫୁସ ଏବଂ ପେଟ ମଧ୍ୟରେ ଥିବା ମାଂସପେଶୀ। ଡାଏଫ୍ରାଗମ୍ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏହାର କାର୍ଯ୍ୟ କରିଥାଏ, କିନ୍ତୁ ଯେତେବେଳେ ଏଥିରେ କୌଣସି ଅସୁବିଧା ଅନୁଭବ କରେ, ସେତେବେଳେ ହାକୁଟି ଆରମ୍ଭ ହୁଏ।
- ହାକୁଟି ପାଇଁ ଅନେକ କାରଣ ଥାଇପାରେ, କିଛି ଶାରୀରିକ ଏବଂ କିଛି ମାନସିକ।
- ଅତ୍ୟଧିକ ଖାଇବା ଏବଂ ଶୀଘ୍ର ଖାଇବା ହେତୁ ହାକୁଟି ମଧ୍ୟ ହୁଏ।
- ଅତ୍ୟଧିକ ନର୍ଭସ କିମ୍ବା ଉତ୍ସାହିତ ହେବା, ଅଙ୍ଗାରକାମ୍ଳଯୁକ୍ତ ପାନୀୟ କିମ୍ବା ଅତ୍ୟଧିକ ମଦ୍ୟପାନ କରିବା ମଧ୍ୟ ହାକୁଟି ସୃଷ୍ଟି କରିପାରେ।
- ହଠାତ୍ ତାପମାତ୍ରାରେ ପରିବର୍ତ୍ତନ କିମ୍ବା ଚୁଇଗମ ଚୋବାଇବା ସମୟରେ ପାଟିରେ ବାୟୁ ଭରିବା ହେତୁ ହାକୁଟି ମଧ୍ୟ ହୋଇପାରେ।
ହାକୁଟି ବନ୍ଦ କରିବା ର ଉପାୟ :
- ହାକୁଟି ବନ୍ଦ କରିବା ପାଇଁ ଅନେକ ଘରୋଇ ଉପଚାର ଅଛି। ହାକୁଟି ସମୟରେ ନିଶ୍ୱାସ କିଛି ସମୟ ଧରି ରଖିବା ଦ୍ୱାରା ହାକୁଟିରୁ ମୁକ୍ତି ମିଳିପାରେ।
- ଏକ ପଲିଥିନ ବ୍ୟାଗରେ ମୁଁହ ରଖି ନିଶ୍ୱାସ ନେବା ଓ ଛାଡିବା ଦ୍ଵାରା ହାକୁଟି ବନ୍ଦ ହୋଇଯାଏ।
- ମହୁ ଖାଇବା ଦ୍ବାରା ହାକୁଟି ବନ୍ଦ ହୋଇଯାଏ।
କେତେବେଳେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବେ :
ଯଦି ଆପଣ 2 ଦିନରୁ ଅଧିକ ସମୟ ଧରି ହାକୁଟି କରୁଛନ୍ତି, କିମ୍ବା ଯଦି ହାକୁଟି ହେତୁ ଖାଇବା, ନିଶ୍ୱାସ ନେବା କିମ୍ବା ଶୋଇବାରେ ଅସୁବିଧା ହେଉଛି, ତେବେ ହାକୁଟି ହେତୁ ଆପଣଙ୍କର ସମସ୍ୟା ହୋଇଛି। ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବେ।