ଲିଭର୍ ଖରାପ ହେଲେ ଶରୀରରେ ଦେଖା ଦିଏ ଏହିସବୁ ପ୍ରାଥମିକ ଲକ୍ଷଣ ଯାହାକୁ ଦେଖି ଅଣଦେଖା କରିବା ଉଚିତ ନୁହେଁ ।

ମଣିଷ ଶରୀରରେ ଲିଭର (ଯକୃତ) ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଲିଭର ସମସ୍ୟା ଯୋଗୁଁ ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଏ । ବିଶେଷ କରି ମଦ ପିଉଥିବା ବ୍ୟକ୍ତିଙ୍କ ଯକୃତରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଥାଏ । ହେପାଟାଇଟିସ ଏ.ବି.ସି ଦ୍ଵାରା ଆମ ଲିଭର ଇନଫେକ୍ସନ ହୋଇଥାଏ ।

ଏହାର ଲକ୍ଷଣ ପୂର୍ବରୁ ଲିଭର କିଭଳି ଇନଫେକ୍ସନ ହୋଇଥାଏ ତାହା ଜାଣିବା ନିହାତି ଆବଶ୍ୟକ ଅଟେ । ଏମିତିକି ଶରୀରରେ ରୋଗ ପ୍ରତିଶୋଧ ଶକ୍ତି କମିବା ଦ୍ଵାରା ମଧ୍ୟ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡିଥାଏ । ଯକୃତରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବା ବିଷାକ୍ତ ପଦାର୍ଥ ଜମା ହୋଇ ରହିଲେ ଶରୀରରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଇଥାଏ । ନିମ୍ନଲିଖିତ କେତୋଟି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

  • ଯଦି କୌଣସି ବ୍ୟକ୍ତିଙ୍କ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଇଥାଏ। ଏପରିକି ଅଧିକାଂଶ ସମୟରେ ପେଟ ଗରମ ଯୋଗୁଁ ପରିସ୍ରାର ରଙ୍ଗ ହଳଦିଆ ଦେଖା ଯାଇଥାଏ। କିନ୍ତୁ ଯଦି ବାରମ୍ବାର ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ଦେଖାଯାଉଛି ଏବଂ ଆଖିର ରଙ୍ଗ ମଧ୍ୟ ହଳଦିଆ( ଜଣ୍ଡିସ) ତେବେ ଜାଣିନିଅନ୍ତୁ ଏହା ଲିଭର ଖରାପ ହେବାର ଏକ ଲକ୍ଷଣ ମଧ୍ୟ ହୋଇପାରେ ।
  • ପେଟର ଡାହାଣ କିମ୍ବା ବାମ ପାଖରେ ବାରମ୍ବାର ଯନ୍ତ୍ରଣା ହେବା ଲିଭର ଜନିତ ସମସ୍ୟାର ଲକ୍ଷଣ ହୋଇଥାଏ ।
  • ସ୍କିନ ଇରିଟେସନ ବା ଝାଳ ବାହାରି କୁଣ୍ଡିଆ ହୋଇଥାଏ ଏପରି ପରିସ୍ଥିତିରେ ଆପଣ ଜାଣି ନିଅନ୍ତୁ ଯେ ଏହା ମଧ୍ୟ ଏକ ପ୍ରକାର ପ୍ରାଥମିକ ଲକ୍ଷଣ ଅଟେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a Comment