ଆପଣ ଜାଣିଛନ୍ତି କି ଏକ ସୁସ୍ଥ ଗର୍ଭଧାରଣ ପାଇଁ ଓମେଗା -3 DHA ର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତୁ ସେ ବିଷୟରେ କିଛି ଜାଣିବା।

ଭାରତରେ ଗର୍ଭବତୀ ମହିଳାମାନେ ମୁଖ୍ୟତ ଶାକାହାରୀ ଯୋଗୁଁ ଓମେଗା-3 DHA ଅଭାବ ଦେଖାଦେଇଥାଏ । ତେଣୁ, ଏହା ଜରୁରୀ ଯେ ତୁମେ ତୁମର DHA ସ୍ତର ଜାଣ ଏବଂ ତୁମର ଡାଏଟ୍ ପରିବର୍ତ୍ତନ କର ।

ଗର୍ଭାବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପୁଷ୍ଟିକର-ଘନ ଖାଦ୍ୟ ବଜାୟ ରଖିବା । ଶିଶୁର ସାମଗ୍ରିକ ବିକାଶ ତଥା ସୁସ୍ଥ ଗର୍ଭଧାରଣ ପାଇଁ ଫୋଲିକ୍ ଏସିଡ୍, ଆଇରନ୍, ଭିଟାମିନ୍ ଡି, କ୍ୟାଲସିୟମ୍, ଆୟୋଡିନ ଏବଂ ଓମେଗା -3 DHA ସମସ୍ତ ପୋଷକ ତତ୍ତ୍ୱ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ।

DHA କ’ଣ ?

DHA କିମ୍ବା docosahexaenoic acid ଏକ ଅତ୍ୟାବଶ୍ୟକ ଓମେଗା -3 ଫ୍ୟାଟି ଏସିଡ୍ ଯାହା ଆମ ଶରୀର ଦ୍ୱାରା କୁତ୍ରିମ ଉପାୟ ରେ ଉତ୍ପାଦ ହୋଇନଥାଏ । ଏହା ସାଲମୋନ, ଟୁନା, ଏବଂ ଆଙ୍କୋଭି ପରି ସାମୁଦ୍ରିକ ଖାଦ୍ୟରେ ଭରପୂର ମାତ୍ରାରେ ଥାଏ। ତେଣୁ ଏହି ଖାଦ୍ୟ ଗୁଡିକ ଗ୍ରହଣ କରିବା ଆବଶ୍ୟକ ।

ଏକ ଶିଶୁର ମସ୍ତିଷ୍କ ଦ୍ରୁତ ଗତିରେ ବିକଶିତ ହୁଏ ବିଶେଷତଃ ମାତୃ ଗର୍ଭରେ ଥିବା ଶେଷ ଅବସ୍ଥା ରୁ ପ୍ରଥମ ଦୁଇ ବର୍ଷ ପର୍ଯ୍ୟନ୍ତ । DHA ଆପଣଙ୍କ ଶିଶୁର ମସ୍ତିଷ୍କର ନିର୍ମାଣକାରୀ ବ୍ଲକ ଭାବରେ ବିବେଚନା କରାଯାଏ କାରଣ ଏହା ମସ୍ତିଷ୍କରେ ମିଳୁଥିବା ଓମେଗା -3 ଫ୍ୟାଟି ଏସିଡ୍ ର 97 ପ୍ରତିଶତ ଏବଂ ମସ୍ତିଷ୍କର ମୋଟ ଚର୍ବିର 25 ପ୍ରତିଶତ ଅଟେ । DHA ମସ୍ତିଷ୍କ ଏବଂ ରେଟିନାରେ ବହୁ ପରିମାଣରେ ଉପସ୍ଥିତ ଥିବାରୁ ଏହା ଶିଶୁର ମସ୍ତିଷ୍କ ଏବଂ ଆଖିର ବିକାଶ ତଥା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ସାହାଯ୍ୟ କରିଥାଏ ।

ବାସ୍ତବରେ, DHA କେବଳ ଶିଶୁମାନଙ୍କ ପାଇଁ ନୁହେଁ, ମା’ମାନଙ୍କ ପାଇଁ ମଧ୍ୟ ଆବଶ୍ୟକ । ଗର୍ଭାବସ୍ଥାରେ ପ୍ରାୟ ଦୈନିକ 200 ମି.ଗ୍ରା. DHA ଆବଶ୍ୟକ ଅଟେ । ଗର୍ଭାବସ୍ଥାରେ ସର୍ବୋଚ୍ଚ DHA ସ୍ତର ଏକ ପୂର୍ଣ୍ଣକାଳୀନ ଗର୍ଭଧାରଣ ସହିତ ଏକ ସୁସ୍ଥ ଜନ୍ମ ଓଜନକୁ ସମର୍ଥନ କରେ। DHA ମଧ୍ୟ ଗର୍ଭାବସ୍ଥାରେ ଦେଖାଯାଉଥିବା preeclampsia ନାମକ ରୋଗର ବିପଦକୁ ହ୍ରାସ କରିବା ଏବଂ ପ୍ରସବ ପରେ ଏକ ମାତାର ସୁସ୍ଥ ମନୋବଳକୁ ସମର୍ଥନ କରିଥାଏ।

ସ୍ତନ କ୍ଷୀରରେ DHA…

ସ୍ତନ୍ୟପାନ ନବଜାତ ଶିଶୁମାନଙ୍କ ପାଇଁ ଏକ ପୁଷ୍ଟିକର ଗୁରୁତ୍ୱପୂର୍ଣ୍ଣ ଉତ୍ସ । ସ୍ତନ୍ୟପାନରେ ପ୍ରାକୃତିକ ଭାବରେ ଉପସ୍ଥିତ ଥିବା DHA, ଆପଣଙ୍କ ଶିଶୁର ଜ୍ଞାନଗତ କାର୍ଯ୍ୟକୁ ସମର୍ଥନ କରେ ଏବଂ ଶିଶୁର ଦୃଷ୍ଟି ଶକ୍ତି ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କ ପାଇଁ, DHA ର ପରିମାଣ ହେଉଛି 0.32 ପ୍ରତିଶତରୁ 0.35 ପ୍ରତିଶତ । ଅବଶ୍ୟ, ସ୍ତନ୍ୟପାନରେ DHA ର ପରିମାଣ ହେଉଛି ନବଜାତ ଶିଶୁ ର ମା ଖାଉଥିବା ଖାଦ୍ୟ ରେ ମିଳୁଥିବା DHA ପରିମାଣ। ଖାଦ୍ୟପେୟ ଉପରେ ନିର୍ଭର କରି ଅବଶୋଷଣର ହାର ଭିନ୍ନ ହୋଇଥାଏ ।

ତେଣୁ, ସ୍ତନ୍ୟପାନ ପରୀକ୍ଷା କରିବା ହେଉଛି ମା ମାନଙ୍କ DHA ସ୍ତର ଯାଞ୍ଚ କରିବା ଏବଂ ଆପଣଙ୍କ ଶିଶୁକୁ ସଠିକ୍ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଆପଣ ସଠିକ DHA ଥିବା ଖାଦ୍ୟ ଖାଇବା ଉଚିତ।

Leave a Reply

Your email address will not be published. Required fields are marked *