ପ୍ରତିଦିନ ଫଳ ଏବଂ ପନିପରିବା ଖାଇବା ସୁସ୍ଥ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ରାମଫଳର ଉପକାରିତା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ । ରାମଫଳ ଏକ ସ୍ୱାଦିଷ୍ଟ ଫଳ ଯାହା ମଧୁମେହ ରୋଗୀ ଙ୍କ ପାଇଁ ଏବଂ ବୟସ୍କ ବ୍ରଣ ରୋଗୀଙ୍କ ପାଇଁ ମଧ୍ୟ ସହାୟକ ହୋଇଥାଏ ।
- ବିଶେଷଜ୍ଞ କହିବା ଅନୁସାରେ ଏଥିରେ ମିନେରାଲ୍ସ ଥାଏ, ଯାହା ରକ୍ତରେ ଗ୍ଲୁକୋଜ ର ପରିମାଣ ହ୍ରାସ କରିଥାଏ । ତେଣୁ ରାମ ଫଳ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭବାନ ହୋଇଥାଏ ।
- ଏଥିରେ କ୍ୟାନ୍ସର ବିରୋଧୀ ଗୁଣ ମଧ୍ୟ ରହିଥାଏ ।
- ଦୁର୍ବଳ ଗଣ୍ଠି ଏବଂ ଗଣ୍ଠି ଯନ୍ତ୍ରଣା ଥିବା ଲୋକଙ୍କ ପାଇଁ ଏହା ଏକ ଲାଭଦାୟକ ଫଳ ଅଟେ ।
- ଏହା ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଶରୀରରେ ରେଡିକାଲ ଦ୍ୱାରା ହୋଇଥିବା କ୍ଷତିର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।
- ଏଥିରେ ଭିଟାମିନ୍ ଏ ଏବଂ ବି ଭିଟାମିନ୍ ମଧ୍ୟ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଆହୁରି ସୁଦୁଢ କରେ ।