କୌଣସି ଜିନିଷ ଖାଇବା ସମୟରେ ଦାନ୍ତ ମାଢି ରୁ ରକ୍ତ ବାହାରୁଛି କି ? ଜାଣନ୍ତୁ ଏହାର କାରଣ….

ଦାନ୍ତ ମାଢି ରୁ ରକ୍ତ ବାହାରିବା କ’ଣ?

ଦାନ୍ତ ମାଢି ରୁ ରକ୍ତ ବାହାରିବା ହେଉଛି ଦାନ୍ତ ରୋଗର ସବୁଠାରୁ ସାଧାରଣ ଲକ୍ଷଣ, କିନ୍ତୁ ଏହା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସୂଚାଇପାରେ ।

ବେଳେବେଳେ ଅତ୍ୟଧିକ ଘଷି ବ୍ରଶ୍ କରିବା କିମ୍ବା ଠିକ ଭାବେ କୁତ୍ରିମ ଦାନ୍ତ ନ ପିନ୍ଧିବା ଦ୍ୱାରା ମଧ୍ୟ ଦାନ୍ତ ମାଢି ରୁ ରକ୍ତ ବାହାରିପାରେ ।

ଦାନ୍ତ ମାଢି ରୁ ରକ୍ତ ବାହାରିବା ର ଲକ୍ଷଣ :

ଦାନ୍ତ ମାଢି ରୁ ରକ୍ତ ବାହାରିବା ସହିତ, ନିମ୍ନଲିଖିତ ଲକ୍ଷଣ ମଧ୍ୟ ଦେଖା ଦେଇପାରେ –

  • ଦାନ୍ତ ମାଢି ଫୁଲିବା ।
  • ପାଟି ଏବଂ ମାଢି ଚାରିପାଖରେ ଯନ୍ତ୍ରଣା ।
  • ଗାଢ ଲାଲ କିମ୍ବା ନାଲି-ବାଇଗଣୀ ରଙ୍ଗର ମାଢି ।
  • ମାଢି କୁ କେବଳ ଛୁଇଁବା ମାତ୍ରେ ଯନ୍ତ୍ରଣା ।
  • ଦାନ୍ତ ଏବଂ ମାଢି ମଧ୍ୟରେ ଦୂରତା ବୃଦ୍ଧି ।
  • ପାଟିର ଗନ୍ଧ କିମ୍ବା ପାଟିରେ ସ୍ୱାଦ ବିଗିଡିବା ।
  • ଦାନ୍ତ ହଳିବା ଇତ୍ୟାଦି ।

ଦାନ୍ତ ମାଢି ରୁ ରକ୍ତ ବାହାରେ କାହିଁକି?

ଦାନ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦ୍ଵାରା ମାଢି ରୁ ରକ୍ତ ବାହାରିପାରେ । ଏହା ବ୍ୟତୀତ କିଛି lifestyle ଦ୍ଵାରା ମଧ୍ୟ ମାଢି ରୁ ରକ୍ତ ବହାରିପାରେ । ଯେପରିକି

  • ଭିଟାମିନ୍ ସି ଅଭାବ ।
  • ଯକୃତ ରୋଗ ।
  • କର୍କଟ ।
  • ଭିଟାମିନ୍ କେ ଅଭାବ ।
  • ମହିଳାମାନଙ୍କଠାରେ ହରମୋନ୍ ପରିବର୍ତ୍ତନ ।
  • ପାଟିର ସ୍ୱଚ୍ଛତା ବଜାୟ ନ ରଖିବା ।
  • ଦାନ୍ତରେ ଆଘାତ ।
  • ରକ୍ତସ୍ରାବ ଜନିତ ରୋଗ ।
  • କେତେକ ଔଷଧ ।

ଦାନ୍ତ ମାଢି ରୁ ରକ୍ତ ବାହାରିବାକୁ କିପରି ବନ୍ଦ କରାଯାଇପାରିବ?

  • ନିୟମିତ ଦନ୍ତ ଚିକିତ୍ସକଙ୍କୁ ଦେଖାନ୍ତୁ ।
  • ତୁମର medicines ବିଷୟରେ ଡାକ୍ତରଙ୍କୁ ପଚାର ।
  • ଆପଣଙ୍କର ଟୁଥ୍ ବ୍ରଶ୍ ଯାଞ୍ଚ କରନ୍ତୁ ।
  • ଏକ ଭଲ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।
  • ପ୍ରଚୁର ପାଣି ପିଅନ୍ତୁ ।
  • ତମାଖୁ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।
  • ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଦ୍ୟ ଏବଂ ପାନୀୟ ପ୍ରତି ସଚେତନ ରୁହନ୍ତୁ ।

Leave a Comment