ନଖରେ ଧଳା ଦାଗ ଦେଖାଦେବା କିଛି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ ।

ଯଦି ଆପଣ ନଖରେ ଧଳା ଦାଗ ଦେଖୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ନଖରେ ଧଳା ଦାଗର ଉପସ୍ଥିତି ସୂଚାଇଥାଏ ଯେ ଆପଣଙ୍କ ଶରୀରରେ କିଛି ଉପାଦାନର ଅଭାବ ଅଛି । ଉପାଦାନଗୁଡିକର ଅଭାବ ଅନେକ ରୋଗରେ ବରଣ କରିପାରେ ।

ଯଦି ଆପଣ ଅନେକ ଦିନ ଧରି ଆପଣଙ୍କ ହାତରେ ଧଳା ଦାଗ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ନଖରେ ଧଳା ଦାଗର କାରଣ ଏବଂ ରୋଗ ବିଷୟରେ ଆସନ୍ତୁ ଜାଣିବା ।

ଭିଟାମିନ୍ ଏବଂ କ୍ୟାଲସିୟମ୍ ଅଭାବ :

ଯଦି ଆପଣଙ୍କ ନଖରେ ଧଳା ଦାଗ ଦେଖାଯାଉଛି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରରେ ଭିଟାମିନ୍ ର ଅଭାବ ଅଛି । ଏହା ବ୍ୟତୀତ ମହିଳାମାନଙ୍କରେ ଏପରି ଚିହ୍ନ ଦେଖିବା କ୍ୟାଲସିୟମର ଅଭାବକୁ ସୂଚିତ କରେ।

ସଂକ୍ରମଣ :

ମ୍ୟାଲେରିଆ କିମ୍ବା ଅନ୍ୟ କୌଣସି ଜୀବାଣୁ ସଂକ୍ରମଣ ମଧ୍ୟ ନଖରେ ଧଳା ଦାଗ ସୃଷ୍ଟି କରିପାରେ । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଏହା ଏକ ଗମ୍ଭୀର ସଂକ୍ରାମକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ ।

ରକ୍ତହୀନତା :

ନଖରେ ଧଳା ଦାଗ ମଧ୍ୟ ରକ୍ତହୀନତାର ଲକ୍ଷଣ ହୋଇପାରେ । ଶରୀରରେ ଲୌହର ଅଭାବ ହେତୁ ନଖରେ ଧଳା ଦାଗ ଦେଖାଯାଏ ।

ଯକୃତ ରୋଗ :

ଯଦି ଆପଣଙ୍କ ନଖରେ ଧଳା ରଙ୍ଗ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯାଏ, ତେବେ ହୁଏତ ଆପଣଙ୍କଠାରେ ଯକୃତ ସମ୍ବନ୍ଧୀୟ ରୋଗ ଦେଖାଦେଇପରେ ଏହା ବ୍ୟତୀତ, ନଖର ଏହି ଦାଗ ମଧ୍ୟ ହୃଦୟ ଏବଂ ଅନ୍ତନଳୀ ସମ୍ବନ୍ଧୀୟ ରୋଗକୁ ସୂଚିତ କରେ ।

Leave a Reply

Your email address will not be published. Required fields are marked *