ଲମ୍ବା, ସୁନ୍ଦର ଓ ଚମକଦାର ନଖ ଚାହୁଁଛନ୍ତି କି ? ଜାଣି ନିଅନ୍ତୁ ଏହି ସବୁ ଉପାୟ……

ସୁନ୍ଦର ଓ ଚମକଦାର ନଖ ଦେଖିବାକୁ ଆକର୍ଷଣୀୟ ହେବା ସଙ୍ଗେ ସଙ୍ଗେ ଶରୀର ର ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସୂଚନା ମିଳେ। ଆଜିକାଲି ର ଆଧୁନିକ ଯୁଗରେ ସୁନ୍ଦର ଓ ଚମକଦାର ନଖ ବଢାଇବା Fashion ରେ ପରିଣତ ହୋଇଗଲାଣି। କିନ୍ତୁ ସୁନ୍ଦର ଓ ଚମକଦାର ନଖ ପାଇବା ସହଜ ନୁହେଁ, ତେଣୁ ନଖ ର ଯତ୍ନ ପାଇଁ ଘରୋଇ ଉପଚାର ବହୁତ ଜରୁରୀ ଅଟେ।

ନଖ ର ଯତ୍ନ ପାଇଁ ଘରୋଇ ଉପଚାର:

ତୈଳ ମସାଜ :

ନଡ଼ିଆ ତେଲ, ଅଲିଭ ଓଇଲ, ସୋରିଷ ତେଲ ଭଳି ଯେକୌଣସି ତୈଳ କୁ ନଖ ରେ ମସାଜ କରନ୍ତୁ, ରାତ୍ରି ରେ ଶୋଇବା ସମୟରେ।

ମୈସୋରାଇଜ କ୍ରିମ :

ମୁଁହ, ହାତ, ଗୋଡ ରେ ମୈସୋରାଇଜ କ୍ରିମ ଲଗାଇ ଯେପରି ଯତ୍ନ ନିଆଯାଏ, ସେହିପରି ନଖ ରେ ମଧ୍ୟ ମୈସୋରାଇଜ କ୍ରିମ ଲଗାଇ ମସାଜ କରନ୍ତୁ।

ଭିଟାମିନ E :

ବାଦାମ, ସବୁଜ ପନିପରିବା, ଡାଲି ଜାତୀୟ ଖାଦ୍ୟ ଇତ୍ୟାଦି ରେ ଭିଟାମିନ E ଥିବାରୁ ଏହାକୁ ଅଧିକ ପରିମାଣରେ ଗ୍ରହଣ କରନ୍ତୁ। ଭିଟାମିନ E ର ଔଷଧ ମଧ୍ୟ ମିଳୁଛି,ଏହାକୁ ନଖ ରେ ମାଲସ କରନ୍ତୁ।

କ୍ୟାଲସିୟମ ଓ ପ୍ରୋଟିନ :

ନଖ, ଶରୀରର ହାଡ଼ କୁ ମଜବୁତ କରିବା ପାଇଁ କ୍ୟାଲସିୟମ ଓ ପ୍ରୋଟିନ ବହୁତ ଜରୁରୀ ଅଟେ। ତେଣୁ ଅଣ୍ଡା, କ୍ଷୀର, ମାଛ, ଇତ୍ୟାଦି ନିଜ ଭୋଜନ ରେ ସାମିଲ କରନ୍ତୁ ଏବଂ ସକାଳ ର ସୂର୍ଯ୍ୟ କିରଣ ରେ ରୁହନ୍ତୁ।

ଟୁଥପେଷ୍ଟ :

ଟୁଥପେଷ୍ଟ କୁ ନିଜ ନଖ ରେ ମସାଜ କରନ୍ତୁ।

ଗରମ ପାଣି ଓ ଲେମ୍ବୁ :

ଗରମ ପାଣି ରେ ଲେମ୍ବୁ ରସ କୁ ମିଶାଇ ନିଜ ହାତକୁ ବୁଡାଇ ରଖନ୍ତୁ ଓ ଲେମ୍ବୁ ରେ ନିଜ ନଖକୁ ମସାଜ କରନ୍ତୁ।

ଏହିସବୁ ଉପାୟ ଦ୍ୱାରା ଆପଣଙ୍କ ନଖ ସୁନ୍ଦର ଓ ଚମକଦାର ହୋଇଯିବ।

Leave a Reply

Your email address will not be published. Required fields are marked *