ଆପଣଙ୍କ ଆଖି ଡ଼େଉଁଛି କି ?

ଆଖି ଡେଇଁବା ଏକ ସାଧାରଣ କଥା, ଏହାକୁ ସମସ୍ତେ କିଛି ଶୁଭ ଫଳ ଓ ଅଶୁଭ ଫଳ ର ସଂକେତ ମାନନ୍ତି। ମାନ୍ୟତା ଅଛି ବାମ ଆଖି ଡେଇଁବା ଝିଅ ମାନଙ୍କ ପାଇଁ ଶୁଭ ଫଳପ୍ରଦ ଓ ଡାହାଣ ଆଖି ଡେଇଁବା ପୁଅ ମାନଙ୍କ ପାଇଁ ଶୁଭ ହୋଇଥାଏ। କିନ୍ତୁ ଆଖି ଡେଇଁବା ର ମୁଖ୍ୟତଃ ବୈଜ୍ଞାନିକ କାରଣ ଅଛି। ଆସନ୍ତୁ ଜାଣିବା…….

ଆଖି ଡେଇଁବା ର ମୁଖ୍ୟତଃ ବୈଜ୍ଞାନିକ କାରଣ :

  • ଶରୀରରେ ଜଳୀୟ ଅଂଶ ର ଅଭାବ ହେଲେ।
  • ଅଧିକ ପରିଶ୍ରମ ଯୋଗୁଁ ଶରୀରରେ ଦୁର୍ବଳତା ଅନୁଭବ କଲେ।
  • ଅଧିକ ଚିନ୍ତା ଗ୍ରସ୍ତ ରହିଲେ।
  • ଆଖିରେ କୌଣସି ଏଲର୍ଜି ଦେଖାଦେଲେ ।
  • ନିଶାଦ୍ରବ୍ୟ ର ଅଧିକ ପରିମାଣରେ ସେବନ କଲେ।
  • ଶରୀରରେ ମାଗ୍ନେସିୟମ ର ଅଭାବ ହେଲେ ।
  • ଏହି ସବୁ କାରଣ ଦ୍ଵାରା ଆଖି ଡେଇଁବାର ସମସ୍ୟା ଦେଖାଦିଏ।

ଆଖି ଡେଇଁବାର ସମସ୍ୟା ର ଘରୋଇ ଉପଚାର :

ପାଣି :

ଅଧିକ ପରିମାଣରେ ପାଣି ପିଅନ୍ତୁ। ପଇଡ଼ ପାଣି, ଫଳ ରସ, ମିଶ୍ରି ପାଣି ଇତ୍ୟାଦି ମଧ୍ଯ ନିଜ ପାନିୟ ରେ ସାମିଲ କରନ୍ତୁ।

ଆଖି ର ମସାଜ :

ଅଲିଭ oil, ବାଦାମ ତୈଳ, ଘିକୁଆଁରି ରସ ଇତ୍ୟାଦି ରୁ ଯେକୌଣସି ଗୋଟିଏ ଦ୍ରବ୍ୟ ରେ ଆଖିର ମସାଜ କରନ୍ତୁ।

ଗୋଲାପ ଜଳ :

ଗୋଲାପ ଜଳ ରେ ତୁଳା କୁ ବୁଡାଇ, ସେହି ତୁଳା କୁ ଆଖି ରେ ରଖନ୍ତୁ। ଆଖିର କଳା ଦାଗ କମ୍ ହେବା ସହ ଆଖି ଡେଇଁବା ଠିକ ହୁଏ।

ଗରମ ସେକ :

ଏକ ସଫା କପଡା କୁ ନିଜ ପାଟି ରେ ରଖି ନିଜ ପାଟିର ପବନରେ କପଡାକୁ ଗରମ କରେ ଆଖିରେ ସେକ ଦିଅନ୍ତୁ।

ଆଖିର ବ୍ୟାୟାମ :

ଆଖିକୁ ବନ୍ଦ କରନ୍ତୁ ପୁଣି ଖୋଲନ୍ତୁ ଏହି ପରି ୧୦-୧୫ ଥର ଦିନ ରେ କରନ୍ତୁ।

Leave a Reply

Your email address will not be published. Required fields are marked *