ଆପଣ ଜାଣିଛନ୍ତି କି ସ୍ତନ୍ୟପାନ କରାଇବା ଦ୍ଵାରା କେବଳ ଶିଶୁକୁ ନୁହେଁ ମାଆକୁ ମଧ୍ୟ ଲାଭ ମିଳିଥାଏ, ଆପଣ ହୁଏତ ଏହି ଉପକାରିତା ବିଷୟରେ ଜାଣି ନଥିବେ । ଆସନ୍ତୁ ଜାଣିବା ….

ଅଗଷ୍ଟ 1 ରୁ 7 ପର୍ଯ୍ୟନ୍ତ, 120 ରୁ ଅଧିକ ଦେଶ ମିଳିତ ଭାବେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରନ୍ତି । ଶିଶୁମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଇବା ପାଇଁ ଏହି ସପ୍ତାହ ପାଳନ କରାଯାଏ । ଏହି ଅବସରରେ, ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ବାସ୍ତବରେ, ସ୍ତନ୍ୟପାନ କେବଳ ଶିଶୁ ପାଇଁ ଲାଭଦାୟକ ନୁହେଁ, ବରଂ ମା ମଧ୍ୟ ଏଥିରୁ ସମାନ ଲାଭ ପାଇଥାଏ ।

ମହିଳାମାନଙ୍କୁ ସ୍ତନ୍ୟପାନର ଶାରୀରିକ ଉପକାର :

ଏକ ସନ୍ତାନ ଜନ୍ମ କରିବା ପରେ ଶୀଘ୍ର ଓଜନ ହ୍ରାସ ପାଏ ।ଶିଶୁକୁ କ୍ଷୀର ଯୋଗାଇବା ପାଇଁ ମହିଳାଙ୍କ ଶରୀରକୁ ପ୍ରତିଦିନ ପ୍ରାୟ 50 କ୍ୟାଲୋରୀ ଆବଶ୍ୟକ ।

ସ୍ତନ୍ୟପାନ କରିବା ଦ୍ଵାରା ଗର୍ଭାଶୟକୁ ସଙ୍କୁଚିତ ହେବା ଏବଂ ଏହାର ସାଧାରଣ ଆକାରକୁ ଫେରିବାରେ ସାହାଯ୍ୟ କରେ।

ପ୍ରସବ ପରେ ମହିଳାମାନଙ୍କଠାରେ ହେଉଥିବା ରକ୍ତସ୍ରାବ କମାଇବାରେ ସାହାଯ୍ୟ କରେ ।

ମୂତ୍ରାଶୟ ସଂକ୍ରମଣର ଆଶଙ୍କା କମିଥାଏ ।

ରକ୍ତହୀନତାର ଆଶଙ୍କା କମିଯାଏ । ଯାହା ମହିଳାମାନଙ୍କ ମଧ୍ୟରେ ସର୍ବାଧିକ ।

ସ୍ତନ୍ୟପାନ କରାଇବା ଦ୍ୱାରା ମହିଳାଙ୍କ ମନୋବଳ ଉନ୍ନତ ହୁଏ ଏବଂ ପ୍ରସବ ପରବର୍ତ୍ତୀ ଅବସାଦ (depression) ହେବାର ଆଶଙ୍କା କମିଥାଏ ।

ମା ମାନଙ୍କୁ ସ୍ତନ୍ୟପାନର ମାନସିକ ଉପକାର :

ସ୍ତନ୍ୟପାନ ସମୟରେ ମହିଳାଙ୍କ ଶରୀରରେ ହରମୋନ୍ ଅକ୍ସିଟୋସିନ୍ ଏବଂ ପ୍ରୋଲାକ୍ଟିନ୍ ଉତ୍ପାଦନ ବୃଦ୍ଧି ପାଇଥାଏ । ଯାହା ମାନସିକ ଚାପକୁ ହ୍ରାସ କରିଥାଏ ଏବଂ ସକରାତ୍ମକ ଭାବନା ସୃଷ୍ଟି କରିଥାଏ ।

ସ୍ତନ୍ୟପାନ ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ଆତ୍ମସନମାନ ବଢ଼ିଇଥାଏ ।

ସ୍ତନ୍ୟପାନ କରାଇବା ଦ୍ଵାରା ମା ଏବଂ ଶିଶୁ ମଧ୍ୟରେ ଏକ ବିଶେଷ ଶାରୀରିକ ଏବଂ ଭାବନାତ୍ମକ ବନ୍ଧନ ସୃଷ୍ଟି କରେ ହୋଇଥାଏ ।

ସ୍ତନ୍ୟପାନ କରାଉଥିବା ମହିଳାମାନେ ନିଜ ଶିଶୁର ପ୍ରତ୍ୟେକ ଛୋଟ ଗତିବିଧି ଏବଂ ସଙ୍କେତ କୁ ଭଲ ଭାବରେ ବୁଝିବାରେ ସକ୍ଷମ ହୁଅନ୍ତି । ଯେଉଁଥିପାଇଁ ଶିଶୁରେ ମଧ୍ୟ ଏକ ସୁରକ୍ଷା ଭାବନା ସୃଷ୍ଟି ହୁଏ ।

Leave a Comment