ଫ୍ରିଜରେ 2 ଦିନରୁ ଅଧିକ ଖାଦ୍ୟ ରଖିବା ଦ୍ଵାରା ହୋଇଯାଏ ବିଷ। ଜାଣନ୍ତୁ କାହିଁକି ଓ କିପରି?

ଆଜିକାଲିର ବ୍ୟସ୍ତତାପୂର୍ଣ ଜୀବନରେ ଲୋକଙ୍କ ପାଖରେ ସମୟର ଅଭାବ ହେତୁ ଫ୍ରେସ୍‌ ଖାଦ୍ୟ ଖାଇବାକୁ ପାରୁ ନାହାନ୍ତି। ସେଥିପାଇଁ ଲୋକମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖିଦିଅନ୍ତି । ଏବଂ ପରବର୍ତ୍ତୀ ସମୟରେ ଏହାକୁ ଗରମ କରି ଖାଆନ୍ତି। ତେବେ ଆସନ୍ତୁ ଜାଣିବା ଫ୍ରିଜରେ ଖାଦ୍ୟ ରଖି ଏହାକୁ ଖାଇବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ଏବଂ ଏହାକୁ କେତେ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ।

ଡାକ୍ତରଙ୍କ ଅନୁଯାୟୀ ପାଣିରେ ମିଶି ଯାଉଥିବା ଭିଟାମିନ୍ ସବୁଠୁ ଅସ୍ଥିର ହୋଇଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ଶୀଘ୍ର ନଷ୍ଟ ହୋଇଯାଏ । ରୋଷେଇ ସମୟରେ ହିଁ ଖାଦ୍ୟ ର ଅଧିକାଂଶ ଭିଟାମିନ ନଷ୍ଟ ହୋଇଥାଏ । କାରଣ ଉତ୍ତାପ ବା ହିଟ୍‌ ଭିଟାମିନକୁ ନଷ୍ଟ କରେ, ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ରନ୍ଧାଖାଦ୍ୟକୁ ଯଦି ଏୟାରଟାଇଟ୍ ପାତ୍ରରେ ରଖାଯାଏ, ତେବେ ଏହା ଦୁଇ-ତିନି ଦିନ କିମ୍ବା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫୁଟା ହୋଇଥିବା କିମ୍ବା ରନ୍ଧା ହୋଇଥିବା ଭାତରେ ଶୀଘ୍ର ଜୀବାଣୁ ଜନ୍ମ ନେଇପାରନ୍ତି। ଏଥିସହିତ କମ୍ ତାପମାତ୍ରାରେ ମଧ୍ୟ ଜୀବାଣୁ ବଞ୍ଚିପାରନ୍ତି। ଏହି କ୍ଷେତ୍ରରେ, ଖାଦ୍ୟକୁ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଖାଇବା ଉଚିତ୍ । ଏତତ୍ ବ୍ୟତୀତ ଭାରତୀୟ ଖାଦ୍ୟ ଲୁଣିଆ, ଖଟା ଏବଂ ମସଲାଯୁକ୍ତ, ହୋଇଥାଏ । ତେଣୁ ସେଗୁଡ଼ିକ ଆପେ ଆପେ ଫ୍ରିଜରେ ହିଁ ନଷ୍ଟ ହୋଇଯାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଉପରେ ତିନିରୁ ଚାରି ଦିନ ପରେ ଜୀବାଣୁ ବଢିବା ଆରମ୍ଭ କରନ୍ତି। ତେଣୁ ଏହାକୁ ଯଦି ଦୀର୍ଘ ସମୟ ଧରି ରଖାଯାଏ ତେବେ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢିଯାଏ ।

Leave a Reply

Your email address will not be published. Required fields are marked *