ମହୁ ହେଉଛି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ, ଖଣିଜ ପଦାର୍ଥ ଏବଂ ଭିଟାମିନ ରେ ଭରପୁର। ଏହା ବ୍ୟତୀତ କାର୍ବୋହାଇଡ୍ରେଟ୍, ରାଇବୋଫ୍ଲାଭିନ୍, ଆମିନୋ ଏସିଡ୍ ମଧ୍ୟ ମିଳିଥାଏ।
ମହୁର ଉପକାରିତା
କାଶରୁ ମୁକ୍ତି :
ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମହୁ ସହିତ ମିଶ୍ରିତ ଉଷୁମ ପାଣି ପିଅନ୍ତୁ। ଏହା କରିବା ଦ୍ୱାରା କାଶରୁ ଶୀଘ୍ର ଆରାମ ମିଳିଥାଏ।
ପୋଡିଯିବା ଉପରେ ଲଗାନ୍ତୁ :
ମହୁ ଉତ୍ତେଜନାକୁ ହ୍ରାସ କରିଥାଏ ଏବଂ ପଡିଯିବା ଅଂଶ ରେ ସଂକ୍ରମଣକୁ ରୋକିଥାଏ।
ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ :
ଖାଲି ପେଟରେ ପ୍ରତିଦିନ ସକାଳେ ଏକ ଚାମଚ ମହୁ ସହିତ ମିଶ୍ରିତ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଏହାକୁ ପିଇବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏହି ମିଶ୍ରଣରେ ଆପଣ ଅଧା ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟକାରୀ :
କୋଷ୍ଠକାଠିନ୍ୟରୁ ମୁକ୍ତି :
କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ, ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏକ ଚାମଚ ମହୁ ସହିତ ମିଶ୍ରିତ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ।
ଚର୍ମ ପାଇଁ ମହୁର ଉପକାର :
ଏକ ଚାମଚ ମହୁ ନେଇ ଚର୍ମରେ ଲଗାନ୍ତୁ। ଏହାକୁ 15-20 ମିନିଟ୍ ପାଇଁ ରହିବାକୁ ଦିଅନ୍ତୁ ଏବଂ ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଅତି କମରେ ତିନିଥର ବ୍ୟବହାର କରନ୍ତୁ। ଏହା ଦ୍ବାରା skin ଚମକଦାର ହୋଇ ଥାଏ।
କେଶ ପାଇଁ ଲାଭଦାୟକ :
ମହୁକୁ ଦହି ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ କେଶରେ ଲଗାନ୍ତୁ। ଏହା କେଶକୁ ପୋଷଣ ଦେଇଥାଏ।
ମହୁରେ ଅଣ୍ଡା କୁ ମିଶାଇ କେଶ ରେ ଲଗାନ୍ତୁ, ଏହା ନଷ୍ଟ ହୋଇଥିବା କେଶକୁ ମରାମତି କରେ।
ମହୁ ଏବଂ ଆଲୋ ଭେରା ର ମିଶ୍ରଣ କେଶ ବୃଦ୍ଧିରେ ସାହାଯ୍ୟ କରେ।
ବ୍ରଣ ହଟାଇବାରେ ଉପଯୋଗୀ :
ରାତିରେ ଶୋଇବା ପୂର୍ବରୁ ଅଳ୍ପ ପରିମାଣର ମହୁ ନେଇ ଏହାକୁ ବ୍ରଣରେ ସିଧାସଳଖ ଲଗାନ୍ତୁ ଏବଂ ରାତିସାରା ଶୁଖିବାକୁ ଦିଅନ୍ତୁ। ପରଦିନ ସକାଳେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅ।