ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରେ ବର୍ଷକୁ ପ୍ରାୟ ୧୮ ହଜାର ଲୋକଙ୍କ ଜୀବନ ନେଉଛି କ୍ୟାନସର୍ ।

ପ୍ରତିବର୍ଷ ମହାମାରୀ ଆଣୁଛି କର୍କଟ । ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ୫୦ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରାୟ ୧୮ ହଜାର ରୋଗୀଙ୍କ ମୃତ୍ୟୁ ହେଉଛି । କର୍କଟ ରୋଗରେ ପୁରୁଷଙ୍କ ମଧ୍ୟରେ ମୁଖ କର୍କଟ ଏବଂ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି । ଆଜି କର୍କଟ ସଚେତନା ଦିବସରେ ଜାଣନ୍ତୁ, ଏହି ରୋଗ ପାଇଁ ସଚେତନତା କେତେ ଜରୁରୀ?

ଠିକ ସମୟରେ ରୋଗର ଚିହ୍ନଟ ଏବଂ ଚିକିତ୍ସା କରାଗଲେ, ରୋଗୀଙ୍କ ଜୀବନ ବଞ୍ଚାଇବା ସମ୍ଭବ । କାରଣ, ଅଧିକାଂଶ ରୋଗୀ, ତାଙ୍କୁ କ୍ୟାନସର ରୋଗ ହୋଇଛି ବୋଲି ଜାଣିବା ବେଳକୁ ଅନ୍ତିମ ପର୍ଯ୍ୟାୟରେ ରୋଗ ପହଞ୍ଚିଯାଇଥାଏ । ଯେଉଁପାଇଁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ସଚେତନତା ପାଇଁ ପାଳିତ ହେଉଥିବା ଏହି ଦିନରେ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଦିଗ ହେଲା, ସଚେତନା ଏବଂ ଲକ୍ଷଣ । ପ୍ରଥମେ ନଜର ପକାନ୍ତୁ କେଉଁ କେଉଁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ଲକ୍ଷଣ

  • ଦେହରେ ଘା’ ହୋଇ ନଶୁଖିବା।
  • ଦେହରେ କଳାଜାଇ ହେବା ଏବଂ ଏହା କ୍ରମଶଃ ବଢ଼ିବା।
  • ଶରୀରର କୌଣସି ସ୍ଥାନରେ ଆବୁ ହେବା ଏବଂ କ୍ରମଶଃ ବଢ଼ି ଚାଲିବା।
  • ଋତୁସ୍ରାବ ସମୟରେ ଅସ୍ୱାଭାବିକ ଭାବେ ରକ୍ତ ବୋହିବା।
  • କାଶ କିମ୍ବା କଫରେ ଅସ୍ୱାଭାବିକ ଭାବେ ରକ୍ତ ପଡ଼ିବା।

ସେହିପରି କ୍ୟାନସର ଏକ ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ହୋଇଥିବାରୁ ଖାଦ୍ୟପେୟ ଓ ଜୀବନଶୈଳୀରେ ସୁଧାର ଆଣିବା ଜରୁରୀ । କେଉଁ କେଉଁ ଦିଗ ପ୍ରତି ସଚେତନ ହେବା ଜରୁରୀ ନଜର ପକାନ୍ତୁ…

  • ଧୁମ୍ରପାନଠାରୁ ଦୂରେଇ ରହିବା ଜରୁରୀ।
  • ନିୟମିତ ବ୍ୟାୟାମ କରିବା ଆବଶ୍ୟକ।
  • ଜଙ୍ଗଫୁଡ ବଦଳରେ ସବୁଜ ପନିପାରିବା ଖାଇବା ଆବଶ୍ୟକ।

Leave a Comment