ଆପଣ ପିଜା ଖାଇବାକୁ ଭଲ ପାଆନ୍ତି କି? ଏହି ସ୍ୱାଦିଷ୍ଟ ପିଜା ଦ୍ବାରା କେଉଁ କେଉଁ ରୋଗ ସୃଷ୍ଟି ହୁଏ ନିଶ୍ଚିତ ଜାଣିବା ଆବଶ୍ୟକ…..

ଆଜିର ସମୟରେ ପିଲାମାନେ ପିଜାକୁ ଭଲ ପାଆନ୍ତି। ପିଜା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ। ତେଣୁ ପରବର୍ତ୍ତୀ ସମୟରେ ପିଜା ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଏହି ଖବର ପଢ଼ନ୍ତୁ।

ଯଦି ଆପଣ ପିଜା ଖାଇବାକୁ ଭଲ ପାଆନ୍ତି, ତେବେ ନିଶ୍ଚିତ ଭାବରେ ଏହି ଜିନିଷଗୁଡିକ ପଢ଼ନ୍ତୁ, ତେବେ ଆପଣ ଲାଭରେ ରହିବେ।

  • ପିଜା ହୃଦଘାତର ସମ୍ଭାବନାକୁ ବଢାଇଥାଏ। ଏଥିରେ କୋଲେଷ୍ଟ୍ରଲ ଥାଏ, ଯେଉଁଥିପାଇଁ ଧମନୀଗୁଡ଼ିକ ବନ୍ଦ ହୋଇଯାଏ ଏବଂ ହୃଦଘାତର ଆଶଙ୍କା ବଢ଼ିଯାଏ।
  • ପିଜା ରେ ସତେଜ ପନିପରିବା ବ୍ୟବହାର କରନ୍ତି ନାହିଁ ଯାହା ଆପଣଙ୍କ ରୋଗର କାରଣ ହୋଇପାରେ।
  • ପିଜାକୁ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଅଧିକ ପରିମାଣର ଲୁଣ ଏବଂ କ୍ୟାଲୋରୀ ମିଶା ଯାଇଥାଏ। ଅତ୍ୟଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିସହ ଏଥିରେ ପ୍ରଚୁର ଚର୍ବି ଥାଏ, ଯାହା ମୋଟାପଣକୁ ବଢାଇଥାଏ।
  • ପିଜା ତିଆରିରେ ବ୍ୟବହୃତ ଅଟା, ଆମ ଶରୀରରେ ଗ୍ଲୁକୋଜ ର ପରିମାଣ ବଢାଇଥାଏ। ଅଧିକାଂଶ ଲୋକ ପିଜା ସହିତ ଥଣ୍ଡା ପାନୀୟ ପିଅନ୍ତି, ଯାହା ଏହାର ପ୍ରଭାବକୁ ଆହୁରି ବଢାଇଥାଏ। ଏହା ଗ୍ଲୁକୋଜ ସମସ୍ୟାକୁ ସୃଷ୍ଟି କରେ ଏବଂ ଓଜନ ମଧ୍ୟ ବଢାଇଥାଏ।

Leave a Comment