ଆଲୋ ଭେରା(ଘିକୁଆଁରୀ) :
ଆଲୋ ଭେରାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଔଷଧୀୟ ଗୁଣରେ ଭରପୁର। ଏହା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଚିକିତ୍ସା କରିବାରେ ଏହା ଲାଭଦାୟକ ଅଟେ। ମଳଦ୍ୱାର ବାହାରେ ଥିବା ଘା ବା ପାଇଲ୍ସ (piles)ରେ ଆଲୋ ଭେରା ଜେଲ୍ ଲଗାନ୍ତୁ। ଏହା ଜଳିବା ଏବଂ କୁଣ୍ଡେଇ ହେବାକୁ ଦୂର କରିଥାଏ।
ପାଇଲ୍ସ ଚିକିତ୍ସା ପାଇଁ ଆପଲ୍ ଭିନେଗାର (AppleVinegar ) ବ୍ୟବହାର କରନ୍ତୁ :
ଏକ ଚାମଚ ଆପଲ୍ ଭିନେଗାର (AppleVinegar) କୁ ଏକ ଗ୍ଲାସ୍ ପାଣିରେ ମିଶାଇ ଦିନକୁ ଦୁଇଥର ପିଅନ୍ତୁ। ପାଇଲ୍ସ ଘା ରେ ତୁଳା କୁ ଆପଲ୍ ସାଇଡର୍ ଭିନେଗାରରେ ଭିଜାଇ ମଳଦ୍ୱାରରେ ରଖନ୍ତୁ। ଏହା ଜଳିବା ଏବଂ କୁଣ୍ଡେଇ ହେବାକୁ ଦୂର କରିଥାଏ।
ଅଲିଭ୍ ତେଲ :
ଅଲିଭ୍ ତେଲରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି।ଏହା ରକ୍ତ ନଳୀରେ ଥିବା ଫୁଲାକୁ କମ କରିଥାଏ।ପାଇଲ୍ସ ଘା ରେ ଅଲିଭ୍ ତେଲ ଲଗାନ୍ତୁ,ଏହା ଘା କୁ ଠିକ କରିବାରେ ସାହାର୍ଯ୍ୟ କରେ।
ବାଦାମ ତେଲ :
ପାଇଲ୍ସ ଘା ରେ ଖାଣ୍ଟି ବାଦାମ ତେଲକୁ ଏକ ତୁଳାରେ ଭିଜାଇ ମଳଦ୍ୱାରରେ ରଖନ୍ତୁ। ଏହା ଜଳିବା ଏବଂ କୁଣ୍ଡେଇ ହେବାକୁ ଦୂର କରିଥାଏ।
ପାଇଲ୍ସରେ ଅଂଜୀର ଖାଇବାର ଲାଭ :
ତିନୋଟି ଅଂଜୀର ଏକ ଗ୍ଲାସ ପାଣିରେ ଭିଜାନ୍ତୁ। ସକାଳେ ଏହାକୁ ଖାଲି ପେଟରେ ଖାଆନ୍ତୁ, ଏହି ପାଣି ମଧ୍ୟ ପିଅନ୍ତୁ।
ପାଇଲ୍ସରେ ଜିରା ବ୍ୟବହାର :
ଜିରା ମଞ୍ଜିକୁ ଗ୍ରାଇଣ୍ଡ୍ କରି ଏଥିରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଇଲ୍ସ ଘା ରେ ଅଞ୍ଚଳରେ ଲଗାନ୍ତୁ। ଏହାଦ୍ବାରା ଘା ଠିକ ହେବାକୁ ଲାଗେ।
ଜିରାକୁ ଭଜା କରି ସେଥିରେ ମିଶ୍ରୀ ସହ ଗ୍ରାଇଣ୍ଡ୍ କରନ୍ତୁ।ଏହାକୁ ଦିନକୁ 2-3-times ଥର 1-2 ଗ୍ରାମ ପରିମାଣରେ ଖାଆନ୍ତୁ।
ଲେମ୍ବୁ ର ବ୍ୟବହାର :
ଅଦା ଏବଂ ମହୁ ସହିତ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏହା ପାଇଲ୍ସରେ ବହୁତ ଉପକାରୀ ।
ପାଇଲ୍ସ ଚିକିତ୍ସାରେ ଗରମ ଜଳର ବ୍ୟବହାର :
ସ୍ନାନ ଟବରେ ଉଷୁମ ପାଣି ରଖନ୍ତୁ ଏବଂ 10-15 ମିନିଟ୍ ପର୍ଯ୍ୟନ୍ତ ବସନ୍ତୁ | ପାଇଲ୍ସ ଘା ଯନ୍ତ୍ରଣା ଏବଂ ଜଳିବା ଠାରୁ ମୁକ୍ତି ପାଇବା ର ହେଉଛି ସର୍ବୋତ୍ତମ ଚିକିତ୍ସା।