ଗ୍ରୀଷ୍ମ ୠତୁ ରେ ବାରମ୍ବାର ଶୁଖିଲା ଓଠର କାରଣ କ’ଣ?

ଆମ ଚର୍ମର ଯତ୍ନ ନେବା ସହ ଆମ ଓଠର ଯତ୍ନ ନେବା ଆବଶ୍ୟକ। ଗ୍ରୀଷ୍ମ ୠତୁ ରେ ଓଠ ଶୁଖିଲା ହୋଇଯାଏ ଓ ଓଠ ଅଧିକ ଫାଟିଯାଏ। ସୂର୍ଯ୍ୟକିରଣ, ଶୁଖିଲା ପବନର ସଂସ୍ପର୍ଶରେ ଆସିବା ପରେ ଆମ ଓଠ ଫାଟିଯାଏ। ଗ୍ରୀଷ୍ମ ୠତୁ ରେ ଓଠର ଫାଟିବାର ମୁଖ୍ୟ କାରଣ ହେଉଛି ଶରୀରରେ ଜଳର ଅଭାବ ଏବଂ ସୂର୍ଯ୍ୟଙ୍କ UV ରଶ୍ମି, ଯାହା ହେତୁ ଓଠ ଶୁଖିଯାଏ ଏବଂ ଫାଟିଯାଏ।

ଓଠ ଶୁଖିଗଲେ କଣ କରିବା ଉଚିତ?

ଦେଶୀ ଘି ସହିତ ଓଠକୁ ମାଲିସ୍ କରିବା ଦ୍ଵାରା ରକ୍ତ ସଞ୍ଚାଳନ ବୃଦ୍ଧି ହେବା ସହ ଶୁଷ୍କ ଓଠରୁ ମୁକ୍ତି ମିଳିବ।

ଶୁଷ୍କ ଓଠର ଚିକିତ୍ସା ମଧ୍ୟ ନାଭିରେ ଲୁଚି ରହିଥାଏ। ରାତିରେ ଶୋଇବା ପୂର୍ବରୁ ନାଭିରେ ସୋରିଷ ତେଲ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୁଏ।

ଗୋଲାପ ପତ୍ରକୁ ଗ୍ରାଇଣ୍ଡ୍ କରି ସେଥିରେ କ୍ରିମ୍ ମିଶାଇ ଓଠରେ ଲଗାନ୍ତୁ, ଓଠ ନରମ ଏବଂ ସୁନ୍ଦର ହୋଇଯାଏ।

ପେଟ୍ରୋଲିୟମ ଏବଂ ମହୁକୁ ମିଶାଇ ବ୍ୟବହାର କରିବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୁଏ।

ଅଧିକ ଜଳ ପିଅନ୍ତୁ ଏବଂ ଜଳୀୟ ଅଂଶ ଖାଦ୍ୟକୁ ମଧ୍ୟ ଖାଆନ୍ତୁ ଯାହା ଶରୀରକୁ ହାଇଡ୍ରେଟ୍ ରଖେ।

ରାତିରେ ଶୋଇବା ପୂର୍ବରୁ ଓଠରେ ମହୁ ଲଗାନ୍ତୁ। ମହୁରେ ଅଧିକ ଆରୋଗ୍ୟ ଶକ୍ତି ଅଛି, ଯେଉଁଥିପାଇଁ ଫାଟି ଯାଇଥିବା ଓଠ ଶୀଘ୍ର ଭଲ ହୋଇଯାଏ।

ଫାଟି ଯାଇଥିବା ଓଠ ର ସର୍ବୋତ୍ତମ ଘରୋଇ ଉପଚାର ହେଉଛି ଗୋଲାପ ଜଳ ଏବଂ ଗ୍ଲସେରିନର। ଗୋଲାପ ଜଳ ଏବଂ ଗ୍ଲସେରିନର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଏହାକୁ ଓଠରେ ଲଗାନ୍ତୁ, ଶୀଘ୍ର ଆପଣଙ୍କ ଓଠ ନରମ ଏବଂ ଗୋଲାପୀ ଦେଖାଯିବ।

Leave a Comment