ଆଜିର ଜୀବନଶୈଳୀରେ, ନିଜ ପାଇଁ ସମୟ ବାହାର କରିବା ସମସ୍ତଙ୍କ ପାଇଁ ସହଜ କାର୍ଯ୍ୟ ନୁହେଁ। ବ୍ୟସ୍ତବହୁଳ ଜୀବନରେ ଜଡିତ ଲୋକଙ୍କୁ ଓଜନ ହ୍ରାସ କରିବା ଏବଂ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଘଣ୍ଟା ଘଣ୍ଟା କାମ କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ, ଅନେକ ସମସ୍ୟା ହ୍ରାସ କରିବାରେ ଡିଟକ୍ସ ପାଣି ଆପଣଙ୍କ ପାଇଁ ବହୁତ ସହାୟକ ହୋଇପାରେ। ଡିଟକ୍ସ ପାଣି କେବଳ ଆମ ଶରୀରକୁ ହାଇଡ୍ରେଟ୍ କରେ ନାହିଁ, ଏହା ଶରୀରରେ ବଢୁଥିବା ବିଷାକ୍ତ ପଦାର୍ଥକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।
ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ଡିଟକ୍ସ ୱାଟର ଫଳ, ସବୁଜ ପନିପରିବା ଏବଂ ଅନେକ ପ୍ରକାରର ଔଷଧରୁ ପ୍ରସ୍ତୁତ ଏକ ବିଶେଷ ପାନୀୟ। ଏହାକୁ fruit flvoured water ମଧ୍ୟ କୁହାଯାଇପାରେ। ଯେକୋୖଣସି ରସ ତୁଳନାରେ, ଏଥିରେ ଥିବା କ୍ୟାଲୋରୀ ପରିମାଣ ବହୁତ କମ୍ ଅଟେ। ଏହା କିଡନୀ ଏବଂ ଯକୃତକୁ ସଫା କରିବା ଏବଂ ଏହାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଡିଟକ୍ସ ୱାଟର କିପରି ତିଆରି କରିବା :
ଆପଣ ଏହାକୁ ସହଜରେ ନିଜ ଘରେ ତିଆରି କରିପାରିବେ। ଏଥିପାଇଁ କେବଳ ତାଜା ଫଳ, ପନିପରିବା ଏବଂ ଝଡ଼ିବୁଟି ସହିତ କେବଳ ପାନୀୟ ଜଳ ଆବଶ୍ୟକ। ବିଭିନ୍ନ ସ୍ୱାଦର ଡିଟକ୍ସ ପାଣି କିପରି ତିଆରି କରିପାରିବା ଆସନ୍ତୁ ଜାଣିବା |
କାକୁଡି ଡିଟକ୍ସ ୱାଟର :
କାକୁଡିର କିଛି ଖଣ୍ଡ କାଟି ଏହାକୁ ଅଧା ଲିଟର ଥଣ୍ଡା କିମ୍ବା ସାଧାରଣ ତାପମାତ୍ରା ଥିବା ପାଣିରେ ପକାନ୍ତୁ। ଆପଣଙ୍କ ସ୍ୱାଦ ଅନୁଯାୟୀ କଳା ଲୁଣ, ଲେମ୍ବୁ କଟା କିମ୍ବା ଲେମ୍ବୁ ରସ ମିଶାଇ ଏହାକୁ 4 ଘଣ୍ଟା ଫ୍ରିଜରେ ରଖନ୍ତୁ। 4 ଘଣ୍ଟା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଇପାରିବେ। କେବଳ ଏତିକି ନୁହେଁ, ଆପଣ ଏହାକୁ ଦିନସାରା ମଧ୍ୟ ପିଇପାରିବେ। ଆପଣ ଏଥିରେ 6-7 ପୁଡିନା ପତ୍ର ମିଶାଇ ଏହାର ସ୍ୱାଦ ବଢାଇ ପାରିବେ।
ଆପଲ୍ ଡାଲଚିନି ଡିଟକ୍ସ ୱାଟର :
କିଛି କଟା ଆପଲ୍ ଏବଂ କିଛି ଡାଲଚିନି ଖଣ୍ଡକୁ ଅଧା ଲିଟର ପାଣିରେ ମିଶାନ୍ତୁ ଏବଂ ସ୍ୱାଦ ପାଇଁ ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ପକାଇ ଏହାକୁ 4 ଘଣ୍ଟା ଫ୍ରିଜରେ ରଖନ୍ତୁ। ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ। ଏହାର ନିରନ୍ତର ବ୍ୟବହାର ଦ୍ୱାରା ଅନେକ ରୋଗ ଦୂରେଇଯାଏ। ଆପଲକୁ ଡିଟକ୍ସ ୱାଟର ପରି ପିଇବା ଦ୍ୱାରା କିଡନୀ ର ମଇଳା ମଧ୍ୟ ସଫା ହୋଇଯାଏ ଏବଂ କିଡନୀ କାର୍ଯ୍ୟ ମଧ୍ୟ ଭଲ ରହିଥାଏ। ଡାଲଚିନି କୁ ମିଶାଇବା ଦ୍ଵାରା ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସକ୍ଷମ ହୁଏ।
ଅରେଞ୍ଜ ଜିଞ୍ଜର ଡିଟକ୍ସ ୱାଟର :
କମଳାକୁ ଛୋଟ ଖଣ୍ଡରେ କାଟି ସେଥିରେ ଏକ ଅଦା ଖଣ୍ଡକୁ ଛେଚି ପକାନ୍ତୁ ଏବଂ ଏହାକୁ ଅଧା ଲିଟର ପାଣିରେ ରଖନ୍ତୁ। ସ୍ୱାଦ ପାଇଁ ଆପଣ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ। ଏହାକୁ 3 ଋ 4 ଘଣ୍ଟା ଫ୍ରିଜରେ ରଖନ୍ତୁ ଏବଂ ଏହାକୁ ପ୍ରତିଦିନ ପିଅନ୍ତୁ। ଏହା ଓଜନ ହ୍ରାସ କରିବ ଏବଂ ଚର୍ମକୁ ଭଲ କରିବ।