ରାତିରେ ଶୋଇବା ସମୟରେ ପାଟି ଶୁଖିବା (Dry Mouth) ର ସମସ୍ୟା ପ୍ରାୟତ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ। ଏହି ସମସ୍ୟାର ଅନେକ କାରଣ ଥାଇପାରେ, ଯେପରିକି ପାଟିରେ ଲାଳର କମ୍ ଉତ୍ପାଦନ, ନିଶ୍ୱାସ ନେବାରେ ଅସୁବିଧା ହେତୁ କିମ୍ବା ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଯୋଗୁ ଆଦି। ଯଦି ରାତିରେ ଶୁଖିଲା ପାଟିର ସମସ୍ୟା ଆପଣଙ୍କୁ ଆବଶ୍ୟକତାଠାରୁ ଅଧିକ କଷ୍ଟ ଦେଉଛି, ତେବେ ଆପଣ କିଛି ଘରୋଇ ଉପଚାର ଏବଂ ଟିପ୍ସ ସାହାଯ୍ୟରେ ଏଥିରୁ ମୁକ୍ତି ପାଇପାରିବେ।
ରାତିରେ ପାଟି ଶୁଖିଯାଉଥିଲେ କଣ କରିବେ।
- ପାଟି ବଦଳରେ ନାକ ଦେଇ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କର ଥଣ୍ଡା କିମ୍ବା ନାକ ବନ୍ଦ ସମସ୍ୟା ଅଛି, ତେବେ ଏହାକୁ ଠିକ୍ କରିବାକୁ ଧ୍ୟାନ ଦିଅନ୍ତୁ।
- ଆପଣଙ୍କର କଫିନ୍ ବ୍ୟବହାର କମ କରନ୍ତୁ। ଏହା ଶୁଖିଲା ପାଟିର ସମସ୍ୟାକୁ ଆହୁରି ଖରାପ କରିପାରେ।
- ଏହିପରି ମାଉଥ୍ ୱାଶ୍ ବ୍ୟବହାର କରନ୍ତୁ ନାହିଁ, ଯେଉଁଥିରେ ଆଲକହଲ ରହିଥାଏ। ଆଲକହଲ ଥିବା ମାଉଥ୍ ୱାଶ୍ ଦ୍ଵାରା ପାଟିକୁ ଶୁଖିବାର ସମସ୍ୟା ବଢ଼ିପାରେ।
- ଯଦି ଆପଣ ସିଗାରେଟ୍ ଟାଣନ୍ତି କିମ୍ବା ତମାଖୁ ଖାଆନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ଯଦି ଆପଣ ଏହା ନକରନ୍ତି, ଶୁଖିଲା ପାଟିର ସମସ୍ୟା ବଢ଼ିବାରେ ଲାଗିବ।
- ବାୟୁରେ ଆର୍ଦ୍ରତା ରଖିବା ପାଇଁ ଆପଣ କୋଠରୀରେ ହୁମିଡ଼ିଟିଫୟର ରଖିପାରିବେ।
- ଦିନସାରା ଅଧିକ ପାଣି ପିଅନ୍ତୁ ଏବଂ ନମକିନ ଜିନିଷ କମ ଖାଆନ୍ତୁ। ଶୁଖିଲା ପାଟିର ଗୋଟିଏ କାରଣ ହେଉଛି ଡିହାଇଡ୍ରେସନ୍ କିମ୍ବା ଜଳର ଅଭାବ।