ଭିଟାମିନ୍ ସି ର ଅଭାବ ହେଲେ ଏହି ରୋଗ ଗୁଡିକ ହୋଇଥାଏ।

ଭିଟାମିନ୍ ସି ର ଅଭାବ ହେଲେ କଣ ହୁଏ ?

ଭିଟାମିନ୍ ସି କୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ୍ ସି ର ଅଭାବ ହେଲେ

ଚର୍ମରେ ଶୁଷ୍କତା ଦେଖାଦିଏ ଏବଂ ଶରୀରରେ ଶୀଘ୍ର ବୟସ୍କ ଭଳି ହେଇଯାଏ।

କୌଣସି କ୍ଷତ ଭଲ ହେବା ପାଇଁ ବହୁତ ସମୟ ଲାଗେ।

ଓଜନ ବୃଦ୍ଧି ହେବାର କାରଣ ମଧ୍ୟ ଭିଟାମିନ୍ ସି ଅଭାବ ହୋଇଥାଏ।

ଭିଟାମିନ୍ ସି ଅଭାବ ଯୋଗୁଁ ଦୁର୍ବଳ ଦୃଷ୍ଟି ଶକ୍ତି ହୋଇଥାଏ।

ଶରୀରରେ ଭିଟାମିନ୍ ସି ର ଅଭାବ ହେଲେ, ତେବେ ଆପଣ ଦୁର୍ବଳତା, ଥକାପଣ, ଗଣ୍ଠି ଯନ୍ତ୍ରଣା ଏବଂ କେଶ ଉପୁଡିବା ଭଳି ସମସ୍ୟା ରେ ଆକ୍ରାନ୍ତ ହୋଇ ପାରନ୍ତି।

ଭିଟାମିନ୍ ସି ଥିବା ଖାଦ୍ୟ :

ଭିଟାମିନ୍ ସି ଫଳ ଏବଂ ପନିପରିବା ଠାରୁ ମିଳିଥାଏ ଯେପରିକି ନାଲି ଲଙ୍କା, କମଳା, ଧନିଆ ପତ୍ର, ଟମାଟୋ, ଷ୍ଟ୍ରବେରି, କମଳା, ଲେମ୍ବୁ, କିୱି, ଆମଲା ଏବଂ ବ୍ରୋକୋଲି, ପିଜୁଳି, ପାଚିଲା ଅମୃତଭଣ୍ଡା ଅନ୍ତର୍ଭୁକ୍ତ। କଞ୍ଚା ଫଳ ଏବଂ ପନିପରିବା ଭିଟାମିନ୍ ସି ସବୁଠାରୁ ବଡ ଉତ୍ସ। ଜଣେ ସାଧାରଣ ଲୋକ ପ୍ରତିଦିନ 80mg
ଭିଟାମିନ୍ ସି ଆବଶ୍ୟକ କରନ୍ତି।

ଭିଟାମିନ୍ ସି ର ଆଶ୍ଚର୍ଯ୍ୟଜନକ ଲାଭ :

ଭିଟାମିନ୍ ସି ବ୍ୟବହାର ଦ୍ବାରା ବହୁତ ପ୍ରକାର ରୋଗ ଠାରୁ ଦୂରେଇ ରହିପାରିବା।

ଭିଟାମିନ୍ ସି ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

ଉଚ୍ଚ ରକ୍ତଚାପରେ ଲାଭଦାୟକ ଅଟେ।

ଶରୀରରେ ଲୌହତତ୍ୱ ବଢ଼ିଥାଏ।

ହୃଦୟକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ସି ବ୍ୟବହାର ଅତ୍ୟନ୍ତ ଲାଭଦାୟକ।

ଭିଟାମିନ୍ ସି ଚର୍ମ ଏବଂ କେଶକୁ ସୁନ୍ଦର କରିଥାଏ।

Leave a Comment