କୁଣ୍ଡେଇବାର ସମସ୍ୟା ଏପରି ଯେ ଜଣେ ବ୍ୟକ୍ତି ଶରୀରରେ କୁଣ୍ଡିଆ ଲାଗିଲେ କାହା ସାମ୍ନାରେ କୁଣ୍ଡେଇବାକୁ ଲଜ୍ଜା ଅନୁଭବ କରେ। ଏହି ଲଜ୍ଜାଜନକ ଘଟଣାକୁ ଏଡ଼ାଇବା ପାଇଁ, ଲୋକମାନେ ନ କୁଣ୍ଢେଇ ଯନ୍ତ୍ରଣା ସହିବାକୁ ବାଧ୍ୟ ହୁଅନ୍ତି। ଛୋଟ ଛୋଟ ଜୀବାଣୁ ଦ୍ୱାରା ଏହି ସମସ୍ୟା ହୋଇପାରେ ଯାହା କୁଣ୍ଡେଇ ହେବା ସହିତ ଶରୀରରେ ଜଳିବା ଏବଂ ପିମ୍ପଲ୍ ଭଳି ଦାଗ ମଧ୍ୟ ସୃଷ୍ଟି କରିଥାଏ। ବେଳେବେଳେ କୁଣ୍ଡିଆ ସମସ୍ୟା ଜଣ ଠାରୁ ଅନ୍ୟକୁ ମଧ୍ୟ ବ୍ୟାପିଥାଏ, ଯେଉଁ କାରଣରୁ ଘରେ ଜଣକୁ କୁଣ୍ଡିଆ ରୋଗ ହେଲେ, ସମସ୍ତଙ୍କୁ ବ୍ୟାପିଥାଏ। ଆଙ୍ଗୁଠି, ବେକ, ହାତ, ଗୋଡ, ପାଦ ଏବଂ ଅଣ୍ଟାର ତଳ ଅଂଶରେ ଏହି ସମସ୍ୟା ଅଧିକ ହୋଇଥାଏ। ତେଣୁ, ଏହି ସମସ୍ୟାର ଠିକ୍ ସମୟରେ ଉପଚାର କରିବା ଉଚିତ୍।
କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର।
ନିମ :
ନିମ କୁଣ୍ଡିଆ ସମସ୍ୟା ପାଇଁ ବହୁତ ପ୍ରଭାବଶାଳୀ ବୋଲି ଜଣାଶୁଣା। ଆପଣ ଶରୀରରେ ନିମ ପତ୍ରକୁ ବାଟି ଲଗାଇ ପାରିବେ କିମ୍ବା ଏହାର ତେଲ ବ୍ୟବହାର କରିପାରିବେ। ନିମ ର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ କୁଣ୍ଡେଇକୁ ହ୍ରାସ କରିଥାଏ।
ହଳଦୀ :
ହଳଦୀକୁ ନିମ ତେଲ ସହିତ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ କୁଣ୍ଡିଆ ହେଉଥିବା ଅଞ୍ଚଳରେ ଲଗାନ୍ତୁ। ଏହାକୁ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ, ଆପଣ ଆରାମ ଅନୁଭବ କରିବେ।
ଘିକୁଆଁରୀ :
କୁଣ୍ଢେଇ ହେଉଥିବା ଅଞ୍ଚଳରେ ଆଲୋଭେରା ଲଗାଇଲେ ଆରାମ ମିଳିଥାଏ। ଏହା କୁଣ୍ଡିଆକୁ ବିସ୍ତାର ହେବାରୁ ରୋକିଥାଏ। ତ୍ୱଚା ରେ ପ୍ରାୟ ଅଧ ଘଣ୍ଟା ଲଗାଇ ରଖିବା ପରେ ଆଲୋଭେରାକୁ ଧୋଇ ଦିଅନ୍ତୁ। ଏହାକୁ କେବଳ ଉଷୁମ ପାଣିରେ ଧୁଅନ୍ତୁ। ଆପଣ ଏହାକୁ ପ୍ରତିଦିନ ପ୍ରୟୋଗ କରିପାରିଲେ ଉତ୍ତମ ଫଳ ପାଇପାରିବେ।
ଲବଙ୍ଗ ତେଲ :
ଲବଙ୍ଗରେ ମିଳୁଥିବା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣଗୁଡ଼ିକ କୁଣ୍ଡିଆକୁ ହ୍ରାସ କରିବାରେ ସାହାଯ୍ୟ କରେ। କିନ୍ତୁ, ଏହାକୁ ପ୍ରୟୋଗ କରିବା ସମୟରେ ଯତ୍ନବାନ ହେବା ଉଚିତ୍। ଆପଣ ନଡ଼ିଆ ତେଲ ସହିତ ଲବଙ୍ଗ ତେଲ ମିଶାଇ ଲଗାଇ ପାରିବେ।
ନଡିଆ ତେଲ :
ଶରୀରରେ ନଡ଼ିଆ ତେଲ ଲଗାଇବା ଦ୍ୱାରା କୁଣ୍ଡେଇ ହେବାରେ ଆରାମ ମିଳିଥାଏ। ଏହା ସହିତ, ଆପଣ ନଡ଼ିଆ ତେଲ ଲଗାଇବା ପରେ ମଧ୍ୟ ଥଣ୍ଡା ଅନୁଭବ କରିବେ।