କପାଳ ରେ ପଡୁଥିବା ଛୋଟ ଛୋଟ ଦାନା (Acne) ଦୂର କରିବାର କେତୋଟି ସରଳ ଘୋରାଇ ଉପଚାର। ଆଜି ହିଁ ଆପଣେଇ ଦେଖନ୍ତୁ ଏହାର ଚମତ୍କାର…

ଅନେକ କାରଣରୁ କପାଳରେ ବ୍ରଣ ହୋଇପାରେ। ଯେପରିକି ପରିଷ୍କାର ପରିଚ୍ଛନ୍ନତା ନ ରଖିବା, ହରମୋନରେ ପରିବର୍ତ୍ତନ କିମ୍ବା tension ନେବା ଇତ୍ୟାଦି। ଏହି ବ୍ରଣ କୁ Forehead Bumps କୁହାଯାଏ। ଏଗୁଡିକ ଚେହେରାରେ ଖରାପ ଦେଖାଯାନ୍ତି, ଯେଉଁ କାରଣରୁ ଲୋକମାନେ ଯଥାଶୀଘ୍ର ଏଥିରୁ ମୁକ୍ତି ପାଇବାକୁ ଚାହାଁନ୍ତି। ଯଦି ଆପଣ ମଧ୍ୟ ଏହି ବ୍ରଣ ଯୋଗୁ tension ନେଉଛନ୍ତି, ତେବେ ଏହି ଘରୋଇ ଉପଚାରଗୁଡ଼ିକ ପ୍ରୟୋଗ କରି ଏଥିରୁ ମୁକ୍ତି ପାଆନ୍ତୁ।

କପାଳରେ ପିମ୍ପଲ୍ ପାଇଁ ଘରୋଇ ଉପଚାର :

ଆଲୋଭେରା ଜେଲ କୁ କପାଳରେ ଲଗାଇବା ଦ୍ଵାରା ମିଳିଥାଏ ଲାଭ।

କିଛି ବୁନ୍ଦା ଟି ଟ୍ରି ତେଲକୁ ପାଣିରେ ମିଶାଇ ତୁଳା ସାହାଯ୍ୟରେ କପାଳରେ ଲଗାନ୍ତୁ।

କପାଳରେ କିଛି ବୁନ୍ଦା ଲେମ୍ବୁ ରସ ଲଗାନ୍ତୁ ଏବଂ ଏହାକୁ 5 ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ଲେମ୍ବୁ ରସ ଲଗାଇବା ଦ୍ଵାରା କିଛି ଜଳିଲା ଭଳି ଅନୁଭବ ହୋଇପାରେ, କିନ୍ତୁ କପାଳର ହୋଇଥିବା ବ୍ରଣ ରୁ ମୁକ୍ତି ପାଇବେ।

ରାତିରେ ଶୋଇବା ପୂର୍ବରୁ କପାଳରେ ଏକ ଖଣ୍ଡ କଖାରୁକୁ ଘଷନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଏହା କରିବା ଦ୍ଵାରା ପିମ୍ପଲ୍ ମଧ୍ୟ ଦୂର ହୋଇଯିବ ଏବଂ ଚର୍ମ ମଧ୍ୟ ନରମ ହେବ।

ସମାନ ପରିମାଣର ବେସନ ଏବଂ ବାଦାମ ପାଉଡର ନିଅନ୍ତୁ, ଏକ ଚାମଚ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କପାଳରେ 15 ମିନିଟ୍ ଲଗାଇବା ପରେ ଧୋଇ ଦିଅନ୍ତୁ। ବ୍ରଣ ଧୀରେ ଧୀରେ କମିବାରେ ଲାଗିବ।

Leave a Comment