ଓଠ କଳା ପଡିଯିବାର କାରଣ :
- ସୂର୍ଯ୍ୟ କିରଣ ର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ଵାରା ଆପଣଙ୍କ ତ୍ୱଚାରେ ମେଲାନିନର ଉତ୍ପାଦନ ବଢ଼ିଯାଇଥାଏ, ଯାହାକି ପିଗମେଣ୍ଟେସନ୍ ହୋଇପାରେ।
- ଅତ୍ୟଧିକ ଧୂମପାନ କରିବା ଦ୍ଵାରା ଓଠ କଳା ପଡିଯାଇଥାଏ।
- ଟୁଥପେଷ୍ଟ, ଲିପଷ୍ଟିକ୍ ଇତ୍ୟାଦି କେତେକ ଉତ୍ପାଦ ର ଆଲର୍ଜି ଦ୍ଵାରା ମଧ୍ୟ ଆପଣଙ୍କ ଓଠରେ ହାଇପରପିଗମେଣ୍ଟେସନ୍ ହୋଇପାରେ।
କଳା ଓଠରୁ ମୁକ୍ତି ପାଇବା ପାଇଁ କେତୋଟି ଘରୋଇ ଉପଚାର :
ନଡିଆ ତେଲ :
ନଡ଼ିଆ ତେଲରେ Moisturizer or emollient ଗୁଣ ରହିଛି। ଏହି ଗୁଣ ଆପଣଙ୍କ ଓଠକୁ କୋମଳ ରଖିବାରେ ସାହାଯ୍ୟ କରିଥାଏ। ତା ସହିତ ଓଠକୁ ଶୁଷ୍କ ଏବଂ କଳା ହେବାରୁ ରୋକିଥାଏ, ଯାହା ସାଧାରଣତ ଚର୍ମରେ ଜଳ ଅଭାବ ଯୋଗୁଁ ହୋଇଥାଏ।
ଲେମ୍ବୁ ଏବଂ ମହୁ :
ଲେମ୍ବୁ ପରି ଖଟା ଫଳଗୁଡିକ ଚର୍ମକୁ ଧଳା କରିବା ଗୁଣ ପାଇଁ ଜଣାଶୁଣା। ମହୁ ସହିତ ଲେମ୍ବୁ ମିଶାଇ ଲଗାଇବା ଦ୍ଵାରା ଆପଣଙ୍କ ଓଠ ର କଳାପଣ ଦୂର ହେବା ସହ ନରମ ମଧ୍ୟ ହୋଇଥାଏ।
ଆଲୋ ଭେରା :
ଅଧା ଚାମଚ ତାଜା ଆଲୋ ଭେରା ଜେଲ ନେଇ ଏହାକୁ ଓଠରେ ଲଗାନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ନିଅନ୍ତୁ। ଆପଣ ପ୍ରତିଦିନ 1-2 ଥର ଏହା କରିବା ଦ୍ଵାରା ଓଠ ର କଳାପଣ ଦୂର ହୋଇଯିବ।
କାକୁଡି ରସ :
କାକୁଡିରୁ କିଛି ଖଣ୍ଡ ନେଇ ସେଥିରେ ଗ୍ରାଇଣ୍ଡ କରନ୍ତୁ। ପେଷ୍ଟକୁ ଓଠରେ ଲଗାନ୍ତୁ ଏବଂ ଏହାକୁ 15-20 ମିନିଟ୍ ପାଇଁ ଛାଡିଦିଅନ୍ତୁ। ତା’ପରେ ପାଣିରେ ଧୋଇ ନିଅନ୍ତୁ।
ହଳଦୀ :
ଅଳ୍ପ ପାଣିରେ ଏକ ଚାମଚ ହଳଦୀ ପାଉଡର ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଓଠରେ ଲଗାନ୍ତୁ ଏବଂ ଏହାକୁ ଶୁଖିବାକୁ ଦିଅନ୍ତୁ। ତା’ପରେ ପାଣିରେ ଧୋଇ ଦିଅନ୍ତୁ। ଆପଣ ଏହାକୁ ପ୍ରତିଦିନ କରିଲେ ଓଠ ର କଳାପଣ ଦୂର ହୋଇଯିବ।
ରାଶି ତେଲ :
ଓଠରେ ରାଶି ତେଲ ଲଗାନ୍ତୁ ଏବଂ କିଛି ସମୟ ଛାଡି ଦିଅନ୍ତୁ। ଆପଣ ଆବଶ୍ୟକ ଅନୁଯାୟୀ ତେଲକୁ ପୁନର୍ବାର ପ୍ରୟୋଗ କରିପାରିବେ। ଆପଣ ଏହାକୁ ପ୍ରତିଦିନ 2-3 ଥର ଲଗାଇପାରିବେ।
ଡାଳିମ୍ବ :
ଏକ ଚାମଚ ଡାଳିମ୍ବ ପାଉଡର ନେଇ ପାଣି ସାହାଯ୍ୟରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଓଠରେ ଲଗାଇ ଶୁଖିବାକୁ ଛାଡିଦିଅନ୍ତୁ। ତା’ପରେ ସାଧା ପାଣିରେ ଧୋଇ ଦିଇନିଆନ୍ତୁ। ସର୍ବୋତ୍ତମ ଫଳାଫଳ ପାଇଁ ଆପଣ ପ୍ରତିଦିନ 1-2 ଥର ଏହା କରିପାରିବେ।