ସମ୍ଭୋଗ ଠାରୁ ଆରମ୍ଭ କରି ସ୍ତନ କର୍କଟ ପର୍ଯ୍ୟନ୍ତ ଡାଳିମ୍ବ ଖାଇଲେ ମିଳିଥାଏ ଅନେକ ଲାଭ, କିନ୍ତୁ ଡାଳିମ୍ବ ବି ହୋଇପାରେ ଘାତକ। ଆସନ୍ତୁ ଜାଣିବା ଏହା ଖାଇବାରେ ଲାଭ ଓ କ୍ଷତି କଣ ରହିଛି…

ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ। କିନ୍ତୁ ଡାଳିମ୍ବ ମଧ୍ୟ ତା ତୁଳନାରେ କିଛି କମ ନୁହେଁ। ଡାଳିମ୍ବରେ ଭିଟାମିନ-‘ସି’, ଭିଟାମିନ-କେ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି। ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଶରୀର ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଡାଳିମ୍ବରେ ମଧ୍ୟ ପ୍ରଚୁର ପରିମାଣରେ ମିନେରାଲ, କାର୍ବୋହାଇଡ୍ରେଟ, ପ୍ରୋଟିନ ରହିଛି। ତେବେ ଆସନ୍ତୁ ଜାଣିବା ଡାଳିମ୍ବର କେତେକ ଔଷଧୀୟ ଗୁଣ ସମ୍ପର୍କରେ :

ଦାନ୍ତ ପାଇଁ ଲାଭଦାୟକ :

ଦାନ୍ତ ରୋଗ ଆଜି କାଲି ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଦାନ୍ତ ଦୁର୍ବଳ ହେବା ଦ୍ଵାରା ବିଭିନ୍ନ ସମସ୍ୟା ଉପୁଜିଥାଏ। କିନ୍ତୁ ଡାଳିମ୍ବ ସେବନ ଦ୍ୱାରା ଦାନ୍ତ ମଜବୁତ ହେବା ସହ ସଫା ରହିଥାଏ।

ସମ୍ଭୋଗ ଶକ୍ତିକୁ ବୃଦ୍ଧି କରେ :

ଡାଳିମ୍ବକୁ ସମ୍ଭୋଗ ଶକ୍ତି ବର୍ଦ୍ଧକ ବୋଲି ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି। ବିଭିନ୍ନ ମାନସିକ ଚାପ ଯୋଗୁଁ ମନୁଷ୍ୟ ସମ୍ଭୋଗ ପ୍ରତି ବିମୁଖ ହୋଇପଡ଼ିଥାଏ। ଶାରୀରିକ ଦୁର୍ବଳତା ଏବଂ ଥକାପଣ ମଧ୍ୟ ସମ୍ଭୋଗ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ। କିନ୍ତୁ ଗୋଟିଏ ଗ୍ଲାସ ଡାଳିମ୍ବ ରସ ଏହି ସମସ୍ତ ସମସ୍ୟାକୁ ଦୂର କରିଥାଏ।

ସ୍ତନ କର୍କଟ :

ସ୍ତନ କର୍କଟ କେବଳ ଭାରତରେ ନୁହେଁ ଏବେ ସମଗ୍ର ବିଶ୍ୱରେ ଏକ ବଡ ସମସ୍ୟା। ସ୍ତନ କର୍କଟରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସ୍ତନ କର୍କଟରୁ ରକ୍ଷା ପାଇଁ ଚିକିତ୍ସା ଅପେକ୍ଷା ସତର୍କତା ଅଧିକ ଜରୁରୀ ହୋଇଥାଏ। ଏ କ୍ଷେତ୍ରରେ ଡାଳିମ୍ବର ପ୍ରମୁଖ ଭୂମିକା ରହିଛି। ଡାକ୍ତରଙ୍କ ମତରେ ପ୍ରତ୍ୟହ ଡାଳିମ୍ବ ସେବନ କଲେ ସ୍ତନ କର୍କଟ ଭଳି ରୋଗ ସ୍ପର୍ଶ କରିନଥାଏ।

ସୁନ୍ଦର ତ୍ୱଚା :

କେବଳ ସ୍ୱାସ୍ଥ୍ୟ ନୁହେଁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଡାଳିମ୍ବ ଉପାଦେୟ। ପ୍ରତ୍ୟହ ଡାଳିମ୍ବ ଜୁସ ପିଇବା ଦ୍ୱାରା ଚେହେରାର ଉଜ୍ଜ୍ୱଳତା ବଢ଼ିଥାଏ। ମୁହଁରେ ଉଠୁଥିବା ବ୍ରଣ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ ଡାଳିମ୍ବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାଳିମ୍ବ ଏକ ବରଦାନ ନିଶ୍ଚୟ। କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ। କେଉଁ କେଉଁ କ୍ଷେତ୍ରରେ ଡାଳିମ୍ବ ସେବନ କ୍ଷତିକାରକ ହୋଇଥାଏ ଆସନ୍ତୁ ଜାଣିବା :

୧. ଆପଣଙ୍କ ଶରୀରରେ ଯଦି ସର୍ବଦା ଥଣ୍ଡା ରହୁଥିବ ବା ଆପଣ ଇନ ଫ୍ଲୁଏଞ୍ଜାରେ ଆକ୍ରାନ୍ତ ତାହେଲେ ଡାଳିମ୍ବ ଠାରୁ ନିଶ୍ଚୟ ଦୁରେଇ ରହନ୍ତୁ।

୨. କୋଷ୍ଠ କାଠିନ୍ୟ ରୋଗରେ ପୀଡିତ ଥିଲେ ଜମାରୁ ଡାଳିମ୍ବ ସେବନ କରନ୍ତୁ ନାହିଁ। ଏହା ରୋଗକୁ ଆହୁରି ବଢ଼ାଇ ଦେଇପାରେ।

୩. ଡାଳିମ୍ବ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହୋଇଥାଏ। କିନ୍ତୁ ଯଦି ଆପଣ ନିମ୍ନ ରକ୍ତ ଚାପ ଗ୍ରସ୍ତ ତେବେ ଡାଳିମ୍ବ ଖାଇବା ଦ୍ୱାରା ଅସୁବିଧା ପଡିପାରନ୍ତି। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଡାଳିମ୍ବ ସେବନ କରନ୍ତୁ।

୪. ଏଲର୍ଜୀ ହେଉଥିଲେ ଡାଳିମ୍ବ ନିଜକୁ ଦୁରେଇ ରଖନ୍ତୁ। କାରଣ ଏଲର୍ଜୀ ବୃଦ୍ଧି କରିବା କ୍ଷେତ୍ରରେ ଡାଳିମ୍ବର ଭୂମିକା ରହିଛି।

୫. ଏଡ୍ସ ବା ମାନସିକ ଚାପର ଯଦି ଆପଣ ଚିକିତ୍ସା ହେଉଥାନ୍ତି ତାହେଲେ ମଧ୍ୟ ଡାଳିମ୍ବ ନଖାଇବା ଭଲ। ଏହି ସମୟରେ ଡାଳିମ୍ବ ସେବନ ହାନିକାରକ ହୋଇପାରେ।

Leave a Comment